ବିଜୁଙ୍କ ଉପରେ ବହି ଲେଖିବେ ଦିଲ୍ଲୀପ ରାୟ, ଖୋଲିବେ ବହୁ ଗୁମର

ଭୁବନେଶ୍ୱର: ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ବହି ଲେଖିବେ । ତାହା ପୁଣି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ । ଏହି ବହିରେ ସେ ନବୀନ ପଟ୍ଟନାୟକଙ୍କ ବିଷୟରେ ଅନେକ କଥା ବି ଲେଖିବେ । ସାଧାରଣ ଲୋକ ଜାଣିନଥିବା ଅନେକ କଥା ଓ ବିଜୁ ବାବୁଙ୍କ ସହ ଦିଲ୍ଲୀପଙ୍କର ଥିବା ସଂପର୍କ ଏଥିରେ ସ୍ଥାନ ପାଇବ । ଅନେକ ଗୁମର ଖୋଲିବ ଏହି ବହି । ଅନେକ ଅନାଲୋଚିତ କଥା ମଧ୍ୟ ଆଲୋଚିତ ହେବ । ଏହା କହିଛନ୍ତି ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ବହି ଓଡ଼ିଶାରେ ହଇଚଇ ସୃଷ୍ଟି କରିପାରେ । ବିଜୁ ବାବୁଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି । ବିଜୁ ବାବୁ ତାଙ୍କୁ କେମିତି, କେବେ ଓ କାହିଁକି ରାଜନୀତିକୁ ଆଣିଥିଲେ ? ତାହା ବି ଲେଖା ହେବ। ବିଜୁ ବାବୁଙ୍କର ଶେଷ ଜୀବନ ପ୍ରାୟ ଦେଢ଼ ବର୍ଷ କାଳ ମୋତେ ତାଙ୍କ ସେବାର ସୁଯୋଗ ଦେଇଥିଲେ ବୋଲି କହିଛନ୍ତି ଦିଲ୍ଲୀପ ରାୟ । ସେ କହିଛନ୍ତି, ବିଜୁ ବାବୁ ତାଙ୍କ ଅନେକ ମନର କଥା ମୋତେ କହିଛନ୍ତି । ତାହା ଲୋକମାନେ ସବୁ ଜାଣିନାହାନ୍ତି । ସେ ଯାହା ଯାହା କହିଥିଲେ ଓ ମୋର ଯାତ୍ରାକୁ ନେଇ ଗୋଟିଏ ବହି ଲେଖିବାକୁ ମନସ୍ଥ କରିଛି ବୋଲି ସେ କହିଛନ୍ତି ।

ସବୁଠୁ ବଡ଼ କଥା ହେଉଛି, ସମସ୍ତଙ୍କ ପ୍ରତି ବିଜୁବାବୁଙ୍କର ଫିଲିଂ କେମିତି ଥିଲା, ତାହା ଦିଲ୍ଲୀପ ରାୟ ଜାଣିଛନ୍ତି । ଏପରିକି ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ କିପରି ଥିଲା ବିଜୁ ବାବୁଙ୍କ ଫିଲିଂ, ତାହା ଦିଲ୍ଲୀପ ରାୟ ଏହି ବହିରେ ଲେଖିବେ ବୋଲି କହିଛନ୍ତି । ସେ ଯାହା ଜାଣିଛନ୍ତି, ତାହା ଲୋକଙ୍କ ସାମନାକୁ ଆଣିବେ । କାରଣ ସେ ବିଜୁ ବାବୁଙ୍କର ଜଣେ ଅତି ଘନିଷ୍ଠ ସହଯୋଗୀ ଥିଲେ । ବିଜୁ ବାବୁ ତାଙ୍କ ଜୀବନର ଶେଷ ସମୟରେ ତାଙ୍କ ନିଜ ଘରେ ନରହି କାହିଁକି ଦିଲ୍ଲୀପ ରାୟଙ୍କ ଘରେ ରହୁଥିଲେ, ତାର ବି ଖୁଲାସା କରିବେ ଦିଲ୍ଲୀପ ।
ବହିରେ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସିବ, ଓଡ଼ିଶାବାସୀ ଜାଣିବେ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ