ବିଜେଡ଼ି ଶାସନରେ ଦୁର୍ନୀତିର ଗନ୍ତାଘର:ମନ୍ତ୍ରୀ

ଭୁବନେଶ୍ୱର: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି,”ସମବାୟ ବିଭାଗରେ ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିର ହେବ ତଦନ୍ତ । ପ୍ରମାଣ ହେଲେ, ଦୋଷୀକୁ ଦଣ୍ଡ ଦିଆଯିବ । ସମବାୟ ବିଭାଗର ରିଫର୍ମ କରାଯାଉଛି । ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ । ଦୋଷୀ ଧରା ହେଲେ ତାଙ୍କୁ ଦଣ୍ଡ ଦିଆଯିବ । ବିଜେଡ଼ି ଶାସନରେ ଦୁର୍ନୀତିର ଗନ୍ତାଘର ସାଜିଥିଲା ସମବାୟ ବିଭାଗ । ବିଜେଡ଼ି ଅମଳରେ ସମବାୟ ସଂସ୍ଥାକୁ ରୁଗଣ କରି ଦିଆଯାଇଥିଲା ।”
ସେ ଆହୁରି ମଧ୍ୟ କହିଛନ୍ତି,”ସାମୁହିକ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ବାର୍ଥ ଚରିତାର୍ଥ କରିବା ପାଇଁ ସମବାୟ ସଂସ୍ଥାର ଅପବ୍ୟବହାର କରି ଅଜସ୍ର ଟଙ୍କା ଚଳୁ କରିଛନ୍ତି ତତ୍କାଳୀନ ବିଜେଡ଼ି ସରକାରର ନେତା ଓ ମନ୍ତ୍ରୀ । କୋପରେସନକୁ କରପସନରେ ପରିଣତ କରିଥିଲା ବିଜେଡ଼ି ସରକାର । ନୂଆ ସରକାର ସମବାୟ ବିଭାଗକୁ ସ୍ୱଚ୍ଛ କରିବେ । ଚାଷୀଙ୍କ ପାଇଁ, ଚାଷୀଙ୍କ ଦ୍ବାରା ସମବାୟ ସଂସ୍ଥା ପରିଚାଳିତ ହେବ ।”

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ