ବିଜେଡିର କାର୍ୟ୍ୟକ୍ରମ କାର୍ୟ୍ୟକାରୀ କମିଟି ବୈଠକ

ଭୁବନେଶ୍ବର: ଶେଷ ହୋଇଛି ବିଜେଡିର କାର୍ୟ୍ୟକ୍ରମ କାର୍ୟ୍ୟକାରୀ କମିଟି ବୈଠକ । ଏଥିରେ ଦଳର ଆଗାମୀ ରଣନୀତି ନେଇ ହୋଇଛି ଆଲୋଚନା । ଶଙ୍ଖ ଭବନରେ ବସିଥିବା କାର୍ୟ୍ୟକ୍ରମ କାର୍ୟ୍ୟକାରୀ କମିଟି ବୈଠକରେ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବିଜେଡି କିଭଳି ଲୋକଙ୍କ ପାଖରେ ପହଞ୍ଚାଇବ ସେନେଇ ହୋଇଛି ଆଲୋଚନା ।

ଦଳର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଛି । ଜନସମ୍ପର୍କ ପଦଯାଦ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ଦଳ ଲୋକଙ୍କ ପାଖରେ ପହଁଚିବାରେ କେତେ ସଫଳତା ପାଇଛି ସେନେଇ ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି । ଆଗକୁ ଏହିସବୁ ଅଭିଯାନକୁ ଅଧିକ ପ୍ରଭାବୀ କରିବା ଦିଗରେ ମଧ୍ୟ ବରିଷ୍ଠ ନେତାମାନେ ସେମାନଙ୍କ ମତ ରଖିଛନ୍ତି ।

ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସାନନ୍ଦ ମାରାଣ୍ଡି, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ବିକ୍ରମ ପଣ୍ଡାଙ୍କ ଭଳି ବରିଷ୍ଠ ନେତାମାନେ ଆଲୋଚନାରେ ଭାଗ ନେଇ ଆଗାମୀ ଦିନରେ ଦଳକୁ ଅଧିକ ଶକ୍ତିଶାଳୀ କରିବା ନେଇ ନିଜ ନିଜ ପ୍ରସ୍ତାବ ଦେଇଥିଲେ । ବୈଠକରେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇ ଦଳ କେମିତି କାମ କରିବ ସେଦିଗରେ ମଧ୍ୟ ଆଲୋଚନା ହୋଇଛି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ