ବିଜେପିରେ ସାମିଲ ହେଲେ ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

ପାଟଣା ବ୍ଲକ ଅଧ୍ୟକ୍ଷା, ସମିତି ସଭ୍ୟ, ସରପଂଚ, ୱାର୍ଡ ମେମ୍ବର, ବରିଷ୍ଠ ନେତା ଓ ସାହାରପଡା ବ୍ଲକର ସମିତି ସଭ୍ୟ, ସରପଂଚ, ୱାର୍ଡ ମେମ୍ବର, ବରିଷ୍ଠ ନେତାଙ୍କ ବିଜେପିରେ ଯୋଗଦାନ
ଭୁବନେଶ୍ୱର, ୧୮/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପଟେ ବିଜେଡି ଉପରୁ ଦଳୀୟ କର୍ମୀ ଓ ନେତାଙ୍କ ଆସ୍ଥା ହ୍ରାସ ପାଇଚାଲିଛି । ବିଜେଡି ଉପରୁ ଆସ୍ଥା ହରାଇ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟଣା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୀଣାପାଣି ନାୟକ ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ପାଟଣା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୀଣାପାଣି ନାୟକଙ୍କ ସମେତ ସମିତି ସଭ୍ୟ ଅଶୁମତି ସାହୁ, ପ୍ରଦୀପ ନାୟକ, ଭାଗବତ ନାୟକ, ଉତମ ଚନ୍ଦ୍ର ବେହେରା, ଦ୍ରୁପଦୀ ମହନ୍ତ, ସଞ୍ଜୁ ମହନ୍ତ, ଜମ୍ବୁ ନାୟକ, ଜୟନ୍ତି ନାଏକ, ଚନ୍ଦ୍ରମଣି ପାତ୍ର, ଗୋଲକ ବିହାରୀ ନାଏକ ଏବଂ ସରପଂଚ ଝୁମିତା ନାୟକ, ଭାମମଣି ଦାଶ, ରାଉତ ମୁଣ୍ଡା, ହରିଶଙ୍କର ଦେହୁରୀ, ସୁଲେଖା ନାଏକ, ମମତା ନାଏକ, ହେମଲତା ନାଏକ, ସୁଜାତା ସର୍ଦ୍ଦାର, ସୁଧାଂଶୁ ଶେଖର ନାଏକ, ରକ୍ସାମଣି ନାଏକ, ମୀନାକ୍ଷି ନାଏକ; ୱାର୍ଡ ମେମ୍ବର କାହ୍ନୁ ମୁଣ୍ଡା, ପୁନିଆ ବରିଆ, ତୃତୀୟା ମୁଣ୍ଡା, ନିରଞ୍ଜନ ନାଏକ, ଘନ ମହନ୍ତ, ହରିହର ନାଏକ, ନରତମ ବାରିକ; ବରିଷ୍ଠ ନେତା କନକଲତା ନାଏକ, କାର୍ତିକ ନାୟକ, ଅନାଦି ଚରଣ ମହନ୍ତ ପ୍ରମୁଖ ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ଶତାଧିକ ବିଜେଡି କର୍ମୀ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ସାହାରପଡା ବ୍ଲକର ସମିତି ସଭ୍ୟ ଦିପୁ ମହନ୍ତ, ପରେଶ ଚନ୍ଦ୍ର ସେଠୀ, ଲଳିତ ମୁଣ୍ଡା, ରିନୁ ମୁଣ୍ଡା, ଟିପୁନାଥ ହୋ, ନିରଞ୍ଜନ ଲୋହର, ଅଞ୍ଜୁଲତା ନାଏକ, ବୀରବର ମାଝୀ ଏବଂ ସରପଂଚ ବିଜୁ ନାଏକ, ଜଳଧର ନାଏକ; ବରିଷ୍ଠ ନେତା ସତ୍ୟନାରାୟଣ ନାଏକ, ସୁକାନ୍ତି ମୁଣ୍ଡା, ବିରଂଚି ନାଏକଙ୍କ ସମେତ ଶତାଧିକ ବିଜେଡି କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଭାରତୀୟ ଜନତା ପାର୍ଟି ଏକ ଶକ୍ତିଶାଳୀ ପାର୍ଟି ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ ବିଜେପି ସରକାରଙ୍କ ମିଳିତ ପ୍ରୟାସରେ ବିଜେପି ସରକାର ଡବଲ ଇଞ୍ଜିନ ସରକାର କରିବାରେ ସଫଳ ହୋଇପାରିଛି । ତୃଣମୂଳ ସ୍ତରରେ ବିଜେପିର ସଂଗଠନ ସୁଦୃଢ ହେଉଛି ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ତୋମାର କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ପାଟଣା ବିଧାୟକ ଅଖିଳ ନାୟକ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ସୀମାଂଚଳ ଖଟେଇ ଓ ରାଜ୍ୟ ସଂପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ