
ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ । ପାଇଖାନା ଟାଙ୍କି କାମ କରୁଥିବା ବେଳେ ତିନି ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଗଗନଧୂଳି ଗାଁର ବାପି ମାଝୀଙ୍କର ପାଇଖାନା ଟାଙ୍କି କାମ ହେଉଥିଲେ । ଏହି ସମୟରେ ହଠାତ୍ ସମସ୍ତ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଯାହାଫଳରେ ଶ୍ରମିକମାନେ ଅଚେତ ହୋଇ ପଡିଯାଇଥିଲେ । ଘଟଣାସ୍ଥଳରୁ ସମେତ ଶ୍ରମିକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ମଧ୍ୟରେ ବାବାଜୀ ମାଝି ଓ ବାପି ମାଝୀ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ ।