ବିଧାନସଭା ସମୟରେ ସମସ୍ତ ସଚିବ ସଦର ମହକୁମାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି। ଅଧିବେଶନ ପୂର୍ବରୁ ବିଭାଗୀୟ ସଚିବଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା। ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ସଜାଗ ରହିବାକୁ କହିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଚିଠିରେ କୁହାଯାଇଛି, ବିଧାନସଭାରେ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଉତ୍ତର ସଠିକ୍ ଭାବେ ରଖିବେ ବିଭାଗୀୟ ସଚିବ। ବିଧାନସଭା ସମୟରେ ସମସ୍ତ ସଚିବ ସଦର ମହକୁମାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ।ଏହି ସମୟରେ ସଚିବମାନେ ବିଦେଶ ଯାତ୍ରାରୁ ନିବୃତ୍ତ ରହିବେ। ରାଜ୍ୟ ବାହାରକୁ ଗସ୍ତ ମଧ୍ୟ ଯଥା ସମ୍ଭବ ସୀମିତ ରଖିବାକୁ ଚିଠିରେ କୁହାଯାଇଛି। ବିଧାନସଭା ପ୍ରଶ୍ନ ମୁଲତବି ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବଗୁଡ଼ିକର ଉତ୍ତର ପାଇଁ ଆବଶ୍ୟକ ତଥ୍ୟ କ୍ଷେତ୍ର କର୍ମଚାରୀମାନେ ଯୋଗାଉଥିବାରୁ ସେମାନେ ସଦର ମହକୁମାରେ ଉପସ୍ଥିତ ରହିବା ବାଞ୍ଛନୀୟ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ସେହିପରି ବିଧାନସଭା ସମୟରେ ବିଭାଗୀୟ ସଦର ମହକୁମା କିମ୍ବା ସଚ୍ଚିବାଳୟ ସ୍ତରରେ କୌଣସି ସଭା ଡକାଇ ପାରିବେନି। ସଭା ବଦଳରେ ଭିଡିଓ କନଫରେନ୍ସିଂ ଜରିଆରେ ନିଷ୍ପତ୍ତି ନେଇପାରିବେ।

  • Related Posts

    ମାଈହାତୀର କଙ୍କାଳ ଠାବ

    ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ନୂଆଡ଼ିହି ଫରେଷ୍ଟ ସେକ୍‌ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଶନିବାର ଏକ ମାଈହାତୀର କଙ୍କାଳ ଠାବ କରିଛି। କେବଳ ହାଡ଼ଗୁଡ଼ିକ ଥିବାରୁ ବହୁ ଦିନ ହେଲା ହାତୀଟିର ମୃତ୍ୟୁ…

    Continue reading
    ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ସଚେତନତା ସଭା

    ଦେବଗଡ଼:ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆପ୍ରାଇଜ୍ ନର୍ସିଂ କଲେଜରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସିଡିଏମଓ ଡା.ସଂଘମିତ୍ରା ପଣ୍ଡା ମୁଖ୍ୟଅତିଥି,ଭାରପ୍ରାପ୍ତ ସହକାରୀ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅମରେଶ ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ