ବିଶ୍ୱ ଅଙ୍ଗ ଦାନ ଦିବସ-୨୦୨୫: ୨୪ ଜଣଙ୍କୁ ସୂରଜ ସମ୍ମାନ ପ୍ରଦାନ

ଭୁବନେଶ୍ଵର :ଅଙ୍ଗଦାନଠୁ ମହତ କାର୍ୟ୍ୟ କିଛି ନାହି । ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଜୀବନରେ ଅଙ୍ଗଦାତା ମାନେ ନୂତନ ଜୀବନ ଭରି ଦିଅନ୍ତି । ଅଦ୍ୟାବଧି ଆମ ରାଜ୍ୟରେ ୧୪ ଟି ଚିକିତ୍ସାଳୟକୁ ଅଙ୍ଗ ପ୍ରତିରୋପଣ ନିମନ୍ତେ ପଞ୍ଜୀକୃତ କରାଯାଇଛି । ଏହି “ସୂରଜ ପୁରସ୍କାର” ରାଜ୍ୟବାସୀଙ୍କୁ ସେମାନଙ୍କର ଗରୁତ୍ଵପୂର୍ଣ୍ଣ ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଆଗେଇ ଆସିବାପାଇଁ ନିଶ୍ଚିତ ଭାବରେ ଉତ୍ସାହିତ କରିବ ।
ଆଜି ପୂର୍ବାହ୍ନ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ ହୋଇଛି । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମାନ୍ୟବର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଙ୍ଗଦାତାମାନେ ମୃତ୍ୟୁ ପରେ ସୁସ୍ଥ ଏବଂ ମୂଲ୍ୟବାନ ଅଙ୍ଗ ଦାନ କରି ଅନ୍ୟ ମାନଙ୍କର ଜୀବନ ବଞ୍ଚାଇ ଥିବାରୁ ସେ ଅଙ୍ଗଦାତାଙ୍କୁ ଏବଂ ତାଙ୍କ ପରିବାରକୁ ସର୍ବୋଚ୍ଚ ସମ୍ମାନ ଜଣାଇବା ସହ ସେମାନଙ୍କ ମହାନତା କୁ ଉଚ୍ଚ ପ୍ରଶଂସା କରିଥିଲେ ମନ୍ତ୍ରୀ ଡ. ମହାଲିଙ୍ଗ ।
ଝାରସୁଗୁଡାର ସ୍ଵର୍ଗତ ରଶ୍ମୀ ପ୍ରଭା ପଟେଲ, ନୟାଗଡର ସିବୁନ ସିଦ୍ଧାର୍ଥ ସାହୁ, ଖୋର୍ଦ୍ଧାର ସ୍ଵର୍ଗତ ବିକାଶ କୁମାର ସାହୁ, କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଵର୍ଗତ ମନୋଜ କୁମାର ସାହୁ, ବାଲେଶ୍ଵର ସ୍ଵର୍ଗତ ଅଲେଖ ପ୍ରସାଦ ପରିଡା , କଟକର ସ୍ଵର୍ଗତ ପ୍ରହଲ୍ଲାଦ ରାଉତ, କେନ୍ଦୁଝରର ସ୍ଵର୍ଗତ ଲତା ମହାନ୍ତ, ସୁନ୍ଦରଗଡର ସ୍ଵର୍ଗତ ଜନ୍ମେଷ ଲେଙ୍କା , ଖୋର୍ଦ୍ଧାର ସ୍ଵର୍ଗତ ପ୍ରଦୀପ କୁମାର ଜେନା ମୟୂରଭଞ୍ଜର ସ୍ଵର୍ଗତ ସ୍ଵଶ୍ରୀଆୟାନ ପାତ୍ର, ଅନୁଗୁଳ ଜିଲ୍ଲାର ସ୍ଵର୍ଗତ ବିଶ୍ଵଜିତ ଦାସ, ଖୋର୍ଦ୍ଧାର ସ୍ଵର୍ଗତ ଜୟନ୍ତ କୁମାର ଖମାରୀ , କେନ୍ଦ୍ରାପଡ଼ାର ସ୍ଵର୍ଗତ ଅଜୟ କୁମାର ଗିରି, କୋରାପୁଟର ସ୍ଵର୍ଗତ ଆସିଶ ଛଅଳସିଂ, ରାୟଗଡାର ସ୍ଵର୍ଗତ ଚନ୍ଦ୍ରଶେଖର ନାୟକ ଗଜପତିର ସ୍ଵର୍ଗତ ନରସିଂହ ପ୍ରସାଦ ମହାରଣା, ଗଜପତିର ସ୍ଵର୍ଗତ ପଣ୍ଡାଇ ଶବର, କେନ୍ଦ୍ରାପଡ଼ାର ସ୍ଵର୍ଗତ ଶରତ ଚନ୍ଦ୍ର ବିଶ୍ଵାଳ, ରାୟଗଡାର ସ୍ଵର୍ଗତ ପିଲାନ୍ତ ଶବର, ଗଜପତିର ସ୍ଵର୍ଗତ କେ ନରେଶ ପଟ୍ଟନାୟକ, ଗଜପତିର ସ୍ଵର୍ଗତ ଅରୁଣ ଭୂୟାଁ , ଖୋର୍ଦ୍ଧା ସ୍ଵର୍ଗତ ସୌମ୍ୟ ରଞ୍ଜନ ବେହେରା, ଭଦ୍ରକର ସ୍ଵର୍ଗତ ଶିବ ପ୍ରସାଦ ଜେନା, ଖୋର୍ଦ୍ଧାର ସ୍ଵର୍ଗତ ରୀନା ପୃଷ୍ଟିଙ୍କ ପରିବାରକୁ ସୂରଜ ପୁରସ୍କାର ରେ ସମ୍ମାନିତ କରିବା ସହ ୫ ଲକ୍ଷ ତାଙ୍କ ଲେଖାଏଁ ସମ୍ମାନିତ ରାଶି ପ୍ରଦାନ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ ଯେ , ସ୍ୱର୍ଗତ ସୂରଜ ବେହେରାଙ୍କ ପିତାମାତା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ମୃତ ପୁତ୍ରର ଅଙ୍ଗ ଦାନ କରିଥିଲେ ଏବଂ ରାଜ୍ୟରେ ସ୍ଵେଚ୍ଛାକୃତ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିଥିଲେ । ସେମାନଙ୍କ ପ୍ରେରଣାଦାୟକ ତଥା ମାନବିକ କାର୍ୟ୍ୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ଅଙ୍ଗ ଦାତା ମାନଙ୍କୁ ଏବଂ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନଗୁଡିକୁ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୩ ରେ ବିଶ୍ୱ ଅଙ୍ଗ ଦାନ ଦିବସ ଅବସରରେ “ସୂରଜ ପୁରସ୍କାର ” ପ୍ରଦାନ କରା ଯାଉଛି ।

ହୃତପିଣ୍ଡ, ବୃକକ ଏବଂ ଯକୃତ ମଧ୍ୟରୁ କୌଣସି ଗୋଟିଏ କିମ୍ବା ଅଧିକ ଅଙ୍ଗ ଦାନ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଉଅଛି । ବର୍ଷ ୨୦୨୦ ରେ ପ୍ରଥମ ଥର ଏହି ପୁରସ୍କାର ମୃତ ଅଙ୍ଗଦାତାଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା । ମହତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିଥିବା ମୃତକ ଏବଂ ସେମାନଙ୍କ ପରିବାରର ନିସ୍ୱାର୍ଥପର ଓ ବୀରତ୍ୱର ଅବଦାନକୁ ସମ୍ମାନ ଜଣାଇ ମୃତକ ମାନଙ୍କର ଶେଷକୃତ୍ୟ ସପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ସମ୍ପନ୍ନ କରାଯାଉଅଛି ।
ଏହି କାର୍ୟ୍ୟକ୍ରମ ରେ କମିଶନର ତଥା ଶାସନ ସଚିବ ଅଶ୍ଵଥୀ ଏସ., ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ସ୍ଵାଇଁ, ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀଙ୍କ ସମେତ ଅଙ୍ଗଦାତାମାନଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପ ଶାସନ ସଚିବ ଅରୁଣା ତ୍ରିପାଠୀ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ