ବିଶ୍ୱ ଜଳବାୟୁ ଦିବସ ଅବସରରେ ରାଇକିଆରେ ସ୍ୱତନ୍ତ୍ର ପଲ୍ଲିସଭା

“ସ୍ୱଚ୍ଛ ରାଇକିଆ, ସବୁଜ ରାଇକିଆ” ଗଠନ ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ରାଇକିଆ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ଗୃହ ପରିସରରେ ଏକ ସ୍ୱତନ୍ତ୍ର ପଲ୍ଲିସଭା ଆୟୋଜିତ ହୋଇଥିଲା। ବଦଳୁଥିବା ଜଳବାୟୁ ପରିସ୍ଥିତି, ପରିବେଶ ସୁରକ୍ଷା, ଗ୍ରାମାଞ୍ଚଳର ସୁସ୍ଥାୟୀ ବିକାଶ ଏବଂ ପଞ୍ଚାୟତର ସାମଗ୍ରିକ ଉନ୍ନତିକୁ ନେଇ ଏହି ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନାୟବ ସରପଞ୍ଚ ନିଥାଇଲ ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବ ଶମ୍ଭୁ ଗୌଡ଼, ରାଇକିଆ ନାଗରିକ ମଞ୍ଚ ସଭାପତି ଦୁର୍ଯ୍ୟୋଧନ ଲେଙ୍କା, ରାଇକିଆ ମଣ୍ଡଳ ଭାଜପା ସଭାପତି ସନ୍ତୋଷ ପାତ୍ର, ୱାର୍ଡ ସଭ୍ୟ ମିଟୁ ବିଶ୍ୱାଳ, ମିହିର ମହାପାତ୍ର, ଅଭିମନ୍ୟୁ ପଣ୍ଡାଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ-ସଭ୍ୟା ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।
ସଭାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଯଥା ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ଜଳ ସଙ୍କଟ ଏବଂ ପରିବେଶ ପ୍ରଦୂଷଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାର ମୁକାବିଲା ପାଇଁ ସାମୂହିକ ପ୍ରୟାସ ଏବଂ ଜନସଚେତନତାର ଆବଶ୍ୟକତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଖସଡ଼ା ପ୍ରସ୍ତାବ ଉପରେ ଆଲୋଚନା କରାଯିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ୱାର୍ଡରେ ସବୁଜ ପରିବେଶ ସୃଷ୍ଟି, ଖାଲି ପଡ଼ିଥିବା ସରକାରୀ ଜମିରେ ଚାରାରୋପଣ, ଜଳ ସଂରକ୍ଷଣ ଓ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ସଚେତନତା ସୃଷ୍ଟି କରିବା ନେଇ ମଧ୍ୟ ମତ ପ୍ରକାଶ ପାଇଥିଲା।
ଏହା ସହ ଗ୍ରାମର ସ୍ୱଚ୍ଛତା ବଜାୟ ରଖିବା, ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା, ନାଳ ଓ ରାସ୍ତାଘାଟର ନିୟମିତ ସଫେଇ କରିବା ପିଏମ ସୂର୍ଯ୍ୟଘର ଯୋଜନା ରେ ସାମିଲ ହେବା ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା। ପଞ୍ଚାୟତର ଉନ୍ନତି କେବଳ ସରକାରୀ ଯୋଜନା ଉପରେ ନିର୍ଭରଶୀଳ ନହୋଇ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ସମ୍ଭବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଗାମୀ ଦିନରେ ରାଇକିଆକୁ ଏକ ସ୍ୱଚ୍ଛ, ସବୁଜ ଓ ପରିବେଶ ଅନୁକୂଳ ପଞ୍ଚାୟତ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ନାୟବ ସରପଞ୍ଚ ନିଥାଇଲ ନାୟକ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବ ଶମ୍ଭୁ ଗୌଡ଼ ମଧ୍ୟ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ।ଶେଷରେ “ସ୍ୱଚ୍ଛ ରାଇକିଆ, ସବୁଜ ରାଇକିଆ” ଗଠନକୁ ଲକ୍ଷ୍ୟ କରି ପରିବେଶ ସୁରକ୍ଷା, ବୃକ୍ଷରୋପଣ, ସ୍ୱଚ୍ଛତା ରକ୍ଷା ଏବଂ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ଓ ଜନସାଧାରଣ ସାମୂହିକ ଭାବେ ସଂକଳ୍ପ ଗ୍ରହଣ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

    ଭଦ୍ରକ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ…

    Continue reading
    ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ପଞ୍ଚାୟତର ବ୍ୟାପକ କାର୍ଯ୍ୟକ୍ରମ

    ରାଇକିଆ: ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସବୁଜ ବନାୟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱରେ ସକାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ