ବିଶ୍ୱ ଦେଖିଲା ଶିମିଳିପାଳର ବିରଳ କଳା ବାଘ

ଭୁବନେଶ୍ୱର: ନ୍ୟାସନାଲ୍ ଜିଓଗ୍ରାଫିକ୍ ମାଗାଜିନ କଭରରେ ଶିମିଳିପାଳର ବିରଳ କଳା ବାଘ । ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନର ବିରଳ ମେଲାନିଷ୍ଟିକ୍ କଳା ବାଘର ଛବି ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନିତ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ଥିବା ବେଳେ କଳା ବାଘ ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏନେଇ ଖୁସି ଜାହିର କରିଛନ୍ତି ।ଶିମିଳିପାଳର ବିରଳ କଳା ବାଘ ନ୍ୟାସନାଲ ଜିଓଗ୍ରାଫି ମାଗାଜିନର ଅକ୍ଟୋବର ୨୦୨୫ ସଂସ୍କରଣରେ ସ୍ଥାନ ପାଇଛି । ଭାରତୀୟ ଫୋଟଗ୍ରାଫର ପ୍ରସନ୍ନଜିତ ଯାଦବ (Prasenjeet Yadav) ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନିତ ଫଟୋଟି ଉତ୍ତୋଳନ କରିଥିଲେ । ଶିମିଳିପାଳରେ କେବଳ ଏହି ମେଲାନଷ୍ଟିକ ପ୍ରଜାତିର ବିରଳ କଳା ବାଘ ଦେଖିବାକୁ ମିଳିଥାଏ । ବାଘଙ୍କ ସୁରକ୍ଷା ଓ କଳାବାଘ ପାଇଁ ଶିମିଳିପାଳ ସ୍ବତନ୍ତ୍ର ପରିଚୟକୁ ଅତୁଟ ରଖିଛି । ୨୦୦୮ ମସିହାରୁ କଳାବାଘ ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା । ସମୟକ୍ରମେ କଳାବାଘର ବଂଶ ବୃଦ୍ଧି ହୋଇଥିଲା । ଶିମିଳିପାଳରେ ଅଭୟାରଣ୍ୟରେ ଟ୍ରାପ କ୍ୟାମେରା ଲଗାଇବା ପରେ ବିରଳ ମେଲାନିଷ୍ଟିକ ପ୍ରଜାତିର କଳାବାଘର ଗତିବିଧି ଉପରେ ନଜର ରଖୁଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ବିଭିନ୍ନ ସମୟରେ ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ବିଚରଣ କରୁଥିବା ସହିତ ଶିକାର କରୁଥିବାର ଟ୍ରାପ କ୍ୟାମେରାରେ କଏଦ କରାଯାଉଛି । ଶିମିଳିପାଳର ଘଞ୍ଚ ଜଙ୍ଗଲ ସହିତ ପ୍ରଚୁର ପରିମାଣରେ ଖାଦ୍ୟ ମିଳୁଥିବାରୁ ବାଘଙ୍କ ପାଇଁ ଶିମିଳିପାଳ ଏକ ପ୍ରକୃଷ୍ଟ ସ୍ଥାନ ଅଟେ ।ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ ଫଟୋ ସ୍ଥାନ ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଏହା ମୋ ପାଇଁ ଖୁସିର ବିଷୟ । ମୁଁ ଶିମିଳିପାଳରେ ବିରଳ କଲା ବାଘକୁ ଦେଖିଛି । ଏପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍ କରି କହିଛନ୍ତି, ଶିମିଳିପାଳ ଜାତୀୟ ଉଦ୍ୟାନର ବିରଳ ମେଲାନିଷ୍ଟିକ୍ କଳା ବାଘର ଛବି ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି । ବାସ୍ତବରେ ଏହା ଓଡିଶା ପାଇଁ ଗର୍ବର ବିଷୟ ।

  • Related Posts

    ରାଇକିଆ ବସ୍‌ଷ୍ଟାଣ୍ଡ ଓ ମଣ୍ଡାକିଆରେ ‘ନମୋ ସେବା ଗାଥା’ ପରିବେଷଣ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅବସରରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ସାରା ରାଜ୍ୟର ବିଭିନ୍ନ…

    Continue reading
    “ଦାଦନ ଶ୍ରମିକ”ଙ୍କ ମରଶରୀର ଗାଁକୁ ଆଣିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ସହାୟତା ପାଇଁ ‘ସ୍ୱାକ’ର ପ୍ରୟାସ

    ରାଇକିଆ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର ଆଡ଼ିବଙ୍ଗା ଗ୍ରାମର ଦାଦନ ଶ୍ରମିକ ଶ୍ରୀ ସନ୍ତୋଷ ମଲ୍ଲିକ (୪୬)ଙ୍କ କେରଳ ରାଜ୍ୟରେ ଆଜି ସକାଳେ ହଠାତ୍ ମୃତ୍ୟୁ ଘଟିଛି। ତାଙ୍କ ମରଶରୀର କେରଳର କନ୍ନୁର ଜିଲ୍ଲାର ଏକ ସରକାରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ