ବିଶ୍ୱଜିତ୍ ଓଡ଼ିଶା କଂଗ୍ରେସର ସୋସିଆଲ ମିଡିଆ ଅଧ୍ୟକ୍ଷ

କଟକ :ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ନୂଆ ଅଧ୍ୟକ୍ଷ ହେଲେ ବିଶ୍ୱଜିତ୍ ମହାନ୍ତି ।ଶ୍ରୀ ମହାନ୍ତି ଅଳ୍ପ କିଛିଦିନ ପୂର୍ବେ ବିଜେଡି ଛାଡ଼ି କଂଗ୍ରେସ ଦଳରେ ଯୋଗଦେଇଥିଲେ ।ଜଣେ ଦକ୍ଷ ରାଜନେତା ଭାବରେ କଟକ ସହରରେ ଶ୍ରୀ ମହାନ୍ତିଙ୍କର ପ୍ରଭାବ ରହିଛି ।ଆଇନଜ୍ଞ ପରିବାରରୁ ଆସିଥିବା ଶ୍ରୀ ମହାନ୍ତି ରାଜନୀତିରେ ସକ୍ରିୟ ଥିବା ସହିତ ଜଣେ ଟ୍ରେଡ ୟୁନିଅନ ଲିଡର ଭାବେ ବିଭିନ୍ନ ଶ୍ରମିକ ସଂଗଠନ ସହିତ ମଧ୍ୟ ଜଡ଼ିତ ଅଛନ୍ତି ।ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆ ଏକ ଉତ୍ତମ ପନ୍ଥା ହୋଇଥିବାବେଳେ ଏହାକୁ ଅଧିକ କ୍ରିୟାଶୀଳ କରି ଦଳର ନୀତି ଆଦର୍ଶ ଓ ବିଭିନ୍ନ ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ସ୍ୱର ହେବାକୁ କଂଗ୍ରେସ ଦଳ ଗୁରୁତ୍ୱ ଦେଉଛି । ଏହି ପରିପ୍ରେକ୍ଷୀରେ ବିଶ୍ୱଜିତ୍ ମହାନ୍ତି ଙ୍କୁ ରାଜ୍ୟ କଂଗ୍ରେସ ସୋସିଆଲ ମିଡିଆ ଅଧ୍ୟକ୍ଷ କରି ଦଳକୁ ଅଧିକ ଚଳ ଚଞ୍ଚଳ କରିବା ଲକ୍ଷ୍ୟ ରଖିଛି କଂଗ୍ରେସ।ବିଶ୍ୱଜିତ୍ ଙ୍କ ଏହି ନୂତନ ଦାୟିତ୍ୱ ନିଶ୍ଚୟ ଦଳକୁ ମଜବୁତ କରିବ ବୋଲି କଟକ ନଗର (ଜିଲ୍ଲା) କଂଗ୍ରେସ ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା,ବ୍ଲକ୍ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରା, ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ,ବରିଷ୍ଠ ନେତା ନିର୍ମଳ ସ୍ୱାଇଁ, ରଜନୀ ବସ୍ତିଆ,ଜୟନାରାୟଣ ତ୍ରୀପାଠୀ, ରଶ୍ମିକାନ୍ତ ସାମଲ, ପ୍ରମୁଖ ଆଶାବ୍ୟକ୍ତ କରିବା ସହ ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହି ନିଯୁକ୍ତି ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ କୁମାର ଲଲୁ,ଅଖିଳ ଭାରତ କଂଗ୍ରେସ କମିଟି ସଂଗଠନ ସମ୍ପାଦକ ଶ୍ରୀ ଭେନୁ ଗୋପାଳ ଜୀ,ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମାଳିକାର୍ଜୁନ ଖଡଗେ ଜୀ ଓ ସର୍ପୋପରି ଶ୍ରୀ ରାହୁଲ ଗାନ୍ଧୀ ଜୀ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ