ବିହାର ଏସଆଇଆର: ସେପ୍ଟେମ୍ବର ୧ ପରେ ଅଭିଯୋଗ ଗ୍ରହଣ କରିବାକୁ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ,02/09: ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ନିକଟରେ ବିହାରରେ କରାଯାଇଥିବା ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ପ୍ରସଙ୍ଗରେ ଭୋଟର ତାଲିକାରୁ ୬୫ ଲକ୍ଷ ଲୋକଙ୍କ ନାମ ବାଦ ପଡିଥିବାବେଳେ ଏହାକୁ ନେଇ କଂଗ୍ରେସ, ଆରଜେଡି ଭଳି ବିରୋଧୀ ଦଳଗୁଡିକ ବ୍ୟାପକ ସମାଲୋଚନା କରୁଛନ୍ତି। ଅବଶ୍ୟ ତାଲିକାରୁ ବାଦ ପଡିଥିବା ଭୋଟରମାନେ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ମଧ୍ୟରେ ଆବେଦନ କରିପାରିବେ ବୋଲି ଇସି ସମୟସୀମା ଧାର୍ଯ୍ୟ କରିଥିଲେ। ଏହି ସମୟସୀମା ବୃଦ୍ଧି କରିବାକୁ ବିରୋଧୀ ଦଳ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ। ଖଣ୍ଡପୀଠ ଏହି ଆବେଦନକୁ ଅଗ୍ରାହ୍ୟ କରିଥିଲେ ସୁଦ୍ଧା ସେପ୍ଟେମ୍ବର ୧ ପରେ ଅଭିଯୋଗ ଗ୍ରହଣ କରିବାକୁ ଇସିଙ୍କୁ ନିର୍ଦେଶ ଦେଇଛନ୍ତି। ଆଗତ ଅଭିଯୋଗର ସମୟସୀମା ବୃଦ୍ଧି କରିବା ନେଇ ଆଗତ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସମୟସୀମା ବୃଦ୍ଧି କରାଗଲେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ପ୍ରକ୍ରିୟାରେ ବିଳମ୍ବ ଘଟିବ ବୋଲି ଇସି ଯୁକ୍ତି ଦର୍ଶାଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି ଯେ ଇସି ଓ ରାଜନୈତିକ ଦଳ ମଧ୍ୟରେ ଥିବା ବିଶ୍ବାସ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ପିଟିସନକାରୀଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ ଖଣ୍ଡପୀଠଙ୍କୁ ଜଣାଇଛନ୍ତି ଯେ ଏସଆଇଆରକୁ ନେଇ ବିହାରବାସୀଙ୍କର କୌଣସି ଆପତ୍ତି ନଥିବାବେଳେ କେତେକ ରାଜନୈତିକ ଦଳ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ପୁନଶ୍ଚ ଇସିଙ୍କ ନିକଟରେ ପହଞ୍ଚିଥିବା ଅଧିକାଂଶ ଅଭିଯୋଗରେ ଲୋକେ ଭୋଟର ତାଲିକାରୁ ନାମ ହଟାଇବାକୁ ଆବେଦନ କରିଥିବା ସେ କହିଛନ୍ତି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ