
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟା ବିଭାଗ ଦ୍ୱାରା ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜଗୁଡ଼ିକରେ କାର୍ୟ୍ୟରତ ଚୁକ୍ତି ଭିତ୍ତିକ ଲେକ୍ଚରର, ରିଡର ଏବଂ ପ୍ରଫେସରମାନଙ୍କ ଦରମା ପୁନଃନିର୍ଦ୍ଧାରଣ ଓ ବୃଦ୍ଧି କରାଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଚୁକ୍ତିଭିତ୍ତିକ ଲେକ୍ଚରରମାନଙ୍କ ଦରମା ପ୍ରତି ମାସ ୭୦,୦୦୦ଟଙ୍କା ନିର୍ଦ୍ଧାରଣ କରାଯାଇଛି । ସେହିପରି, ରିଡର ଓ ପ୍ରଫେସରମାନଙ୍କ ଦରମାରେ ମଧ୍ୟ ବୃଦ୍ଧି କରାଯାଇଛି । ରିଡରମାନଙ୍କ ଦରମା ୪୦,୦୦୦ଟଙ୍କାରୁ ବୃଦ୍ଧି ହୋଇ ୮୦,୦୦୦ଟଙ୍କା କରାଯାଇଥିବାବେଳେ, ପ୍ରଫେସରମାନଙ୍କ ଦରମା ୫୦,୦୦୦ଟଙ୍କାରୁ ବୃଦ୍ଧି କରାଯାଇ ୧ ଲକ୍ଷ ଟଙ୍କା କରାଯାଇଛି।
ଏହି ପ୍ରସ୍ତାବକୁ ଅର୍ଥ ବିଭାଗର ସମ୍ମତି ମଧ୍ୟ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଆୟୁଷ ଶିକ୍ଷା ଆହୁରି ସୁଦୃଢ଼ ହେବ ଏବଂ ଅଧ୍ୟାପକମାନଙ୍କୁ ଉତ୍ସାହିତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।


