ବ୍ରାଉନ ସୁଗାର ମାଫିଆଙ୍କ ଘରେ ରେଡ, ମିକ୍ସଚର୍ ଡବାରୁ ମିଳିଲା ଟଙ୍କା

ବ୍ରାଉନ୍‌ସୁଗର ମାଫିଆଙ୍କ ଘରେ ହୋଇଥିଲା ରେଡ୍‌। ଆଉ ଚଢଉ ବେଳେ ମୁଢି, ମିକ୍ସଚର, ଚାଉଳ ଡବାରୁ ବାହାରିଥିଲା ପୁଳା ପୁଳା ଟଙ୍କା। ଏତେ ଟଙ୍କା ବାହାରିଥିଲେ ଯେ ହାତରେ ଗଣି ପାରିନଥିଲା। ତେଣୁ ଟଙ୍କା ଗଣିବା ପାଇଁ ମେସିନ୍‌ ଆଣିବାକୁ ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି ପୁଲିସ୍‌। ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଏହି ଘଟଣାରେ ଭଦ୍ରକ ପୁଲିସ୍‌ ମହିଳା ବ୍ରାଉନ୍‌ସୁଗର ମାଫିଆଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଭଦ୍ରକ୍‌ ଟାଉନ ଥାନା ଏଲଖାର ନୟାନଗରରେ ମିର୍ଜାପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନ୍‌ସୁଗର ଚୋରା କାରବାର ହେଉଥିଲା। ହେଲେ ପ୍ରମାଣ ଅଭାବରୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି ବ୍ରାଉନ୍‌ସୁଗର ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ପୁଲିସ୍‌ ଖବର ପାଇଥିଲା। ପରେ ମାଜିଷ୍ଟ୍ରେଟ୍‌ ତଥା ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ଉପସ୍ଥିତିରେ ମହିଳା ବ୍ରାଉନ୍‌ସୁଗର ମାଫିଆଙ୍କ ଘରେ ଚଢ଼ଉ କରିଥିଲା ପୁଲିସ୍‌। ଚଢ଼ଉ ସମୟରେ ତାଙ୍କ ଘରୁ ୫୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା।
ମହିଳା ବ୍ରାଉନ୍‌ସୁଗର ମାଫିଆ ଜଣକ ଭାରି ଚାଲାକ୍‌। ଧରା ପଡ଼ିଯିବା ଭୟରେ ସେ ମୁଢ଼ି ଡବା, ମିକ୍ସଚର ଡବା, ଚାଉଳ ଡବା, ତକିଆ ଖୋଳ, ସପ ଭିତରେ, ରେଜେଇ, ଖଟ ତଳେ ଆଦି ସ୍ଥାନରେ ଟଙ୍କା ଲୁଚାଇ ରଖିଥିଲେ। ପୁଲିସ୍‌ ଟିମ୍‌ ତାଙ୍କ ଘରେ ତନ୍ନତନ୍ନ କରି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୁଳା ପୁଳା ଟଙ୍କା ପାଇଥିଲା। ଏତେ ଟଙ୍କା ପାଇଲା ଯେ ହାତରେ ଗଣି ପାରିନଥିଲା। ତେଣୁ ମେସିନ୍‌ ସାହାଯ୍ୟରେ ଟଙ୍କା ଗଣୁଛି। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି। ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଆହୁରି ଟଙ୍କା ମିଳିବ ବୋଲି ପୁଲିସ୍‌ ଅନୁମାନ କରୁଛି।

ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଭଦ୍ରକ ଏସ୍‌ପି ମଡକର ସନ୍ଦୀପ ସମ୍ପଦ ସାମିଲ, ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା, ଡିଆଇବି ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ଟାଉନ ଥାନା ଅଧିକାରୀ, ଗ୍ରାମାଞ୍ଚଳ ଥାନା ଅଧିକାରୀ, ପୁରୁଣା ବଜାର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି। ତେବେ ମହିଳା ଜଣକ କେଉଁଠାରୁ ବ୍ରାଉନ୍‌ସୁଗର ଆଣି ବେପାର କରୁଥିଲେ, ତାହା ଜଣାପନି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ