ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ହେବ ଓଡ଼ିଶା: ମୋଦୀ

ଭୁବନେଶ୍ବର: ଓଡ଼ିଶା, ଭାରତର ପେଟ୍ରୋ କେମିକାଲ ହବ୍‌ ହେବା ପାଇଁ ଆଗକୁ ବଢ଼ୁଛି । ଓଡ଼ିଶା ସରକାର ୨୦୩୬ ପାଇଁ ବିଶେଷ ଯୋଜନା କରିଛନ୍ତି । କେନ୍ଦ୍ରର ଫୋକସରେ ଓଡ଼ିଶାର ବିକାଶ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଜୟ ଜଗନ୍ନାଥ, ଜୟ ବାବା ଲିଙ୍ଗ ରାଜଙ୍କ ନାମ ନେଇ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “ଓଡିଶା ବାସୀଙ୍କୁ ନମସ୍କାର, ଜୁହାର କହିଲେ । ୨୦ ଜୁନ, ଆଜିର ଦିନ ବହୁତ ବିଶେଷ । ଆଜି ଓଡିଶାର ପ୍ରଥମ ବିଜେପି ସରାକର ସଫଳତାର ସହିତ ଏକ ବର୍ଷ ପୁରା କରିଛି । ଏହା କେବଳ ସରକାର ଏକ ବର୍ଷ ନୁହେଁ ସୁଶାସନର ବର୍ଷ । ଜନସେବା ଜନବିଶ୍ୱାସକୁ ସମର୍ପିତ । ଏହା ଓଡିଶାର କୋଟି କୋଟି ମତଦାତାଙ୍କ ବିଶ୍ୱାସର ଭାଜନ ହେବାର ସାନଦାର ବର୍ଷ,” ବୋଲି ଜନତା ମଇଦାନରୁ ସମ୍ବୋଧନ ଦେବା ସମୟରେ କହିଛନ୍ତି ମୋଦି ।

“ମୁଁ ଓଡିଶାବାସୀଙ୍କୁ ଦୃଦୟରୁ ଅଭିନନ୍ଦନ କରୁଛି । ଓଡିଶା ବିକାଶକୁ ନୂଆ ଗତି ମିଳିଛି । ସାଥୀ ଗଣ ଓଡିଶା କେବଳ ଏକ ରାଜ୍ୟ ନୁହେଁ ଏହି ଓଡିଶା ଭାରତର ଗେଟ ଓ୍ବେ । ଓଡିଶା ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତାକୁ ସଂସ୍କୃତିକୁ ସମୃଦ୍ଧ କରିଛି । ଗତ ଏକ ବର୍ଷ ଧରି ଓଡିଶାରେ ବିକାଶମନ୍ତ୍ରକୁ ପାଳନ କରିଛି ମୋହନ ସରକାର । ଏହି ମନ୍ତ୍ରରେ ଆଗକୁ ବଢୁଛି । ସାଥୀଗଣ ଏହା ସୁଃଖଦ ସଂଯୋଗ କି ଓଡିଶାର ବିଜେପି ସରକାର ଏକ ବର୍ଷ ପୂରଣ କରିଛି । ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଏକ ବର୍ଷ ସରକାର ପୂର୍ତ୍ତି ପାଳନ ହୋଇଛି,” କହିଛନ୍ତି ମୋଦି ।

ମହାପ୍ରଭୁ ଆମ ପାଇଁ ଆରାଧ୍ୟ । ଆମ ପାଇଁ ରାଜନୀତି ଜୟ ବିଜୟର ଭାଷଣ ନୁହେଁ । ମୋହନ ସରାକରକୁ ପ୍ରଂଶସା କଲେ ମୋଦି । ଏଠାରେ ବିଜେପି ସରାକର ଆସିବା ପରେ ଶ୍ରୀମନ୍ଦିର ୪ ଦ୍ୱାରା ଖୋଲିଲା । ରତ୍ନଭଣ୍ଡାର ମଧ୍ୟ ଖୋଲା ଯାଇଛି କହିଛନ୍ତି ମୋଦି ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ