
ଜଳେଶ୍ୱର, : ଜଳେଶ୍ୱର ମ୍ୟୁନସିପାଲଟିରେ ହୋର୍ଡ଼ିଂ ଓ ଲାଇଟ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍ । ଆକାଉଣ୍ଟାଣ୍ଟ୍ ବ୍ରଜ ଗୋପାଳ ଘୋଷ ଓ ତାଙ୍କ ସହଯୋଗୀ ଅଟକ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନସିପାଲଟିରେ ।ସୂଚନା ଅନୁଯାୟୀ ଆଜି ଦିନ ୧୨ଟା ୩୦ମିନିଟ ସମୟରେ ଅଭିଯୋଗକାରୀ ତଥା ଠିକାଦାର ଜ୍ୟୋତି ମହାପାତ୍ର ମ୍ୟୁନସିପାଲଟିରେ ହୋର୍ଡ଼ିଂ ଓ ଲାଇଟ ପୋଷ୍ଟ କାର୍ୟ୍ୟ ପାଇଁ ବିଲ୍ ଉଠାଇବାକୁ ଆସିଥିଲେ । ମାତ୍ର ଆକାଉଣ୍ଟାଣ୍ଟ୍ ବ୍ରଜଗୋପାଳ ଘୋଷ ୧ ଲକ୍ଷ ଟଙ୍କା ବିଲ୍ ପାସ୍ କରିବାକୁ ଠିକାଦାରଙ୍କୁ ୨୦ହଜାର ଟଙ୍କା ଦାବି କରିଥିଲେ । ଠିକାଦାର ଉକ୍ତ କଥାରେ ରାଜି ହୋଇ ଆକାଉଣ୍ଟାଣ୍ଟ୍ ଘୋଷଙ୍କୁ ୧୦ହଜାର ଟଙ୍କା ଦେଇ ଜିଲ୍ଲା ଭିଜିଲାନ୍ସ ଅଫିସକୁ ଖବର ଦେଇଥିଲେ । ତେବେ ଆଜି ୧୨ଟା ୩୦ମିନିଟ୍ ସମୟରେ ଯୋଜନା ବଦ୍ଧ ଭାବେ ଭିଜିଲାନ୍ସ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ୱରେ ୬ଜଣିଆ ଟିମ୍ ଚଢ଼ଉ କରି ୧୦ହଜାର ଟଙ୍କା ଜବତ କରିବା ସହ କମ୍ପ୍ୟୁଟରର ହୋର୍ଡ଼ିଂ ଡିସ୍କ ଓ ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର ଜବତ କରିବା ସହ ଆକାଣ୍ଟାଣ୍ଟ୍ ବ୍ରଜଗୋପାଳ ଘୋଷ ମହାପାତ୍ର ସହ ତାଙ୍କ ସହଯୋଗୀ ରତିକାନ୍ତ ପାତ୍ରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବିଭାଗ।




