ଭୁବନେଶ୍ବର,02/09 : ସରକାର ଓଡ଼ିଶାର ଜିଡିପିରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୁଥିବା ସହରଗୁଡ଼ିକୁ କ୍ଲଷ୍ଟର କରି ସମନ୍ବିତ ଅର୍ଥନୈତିକ କ୍ଷେତ୍ର ସୃଷ୍ଟି କରିବାକୁ ଯୋଜନା କରିଛନ୍ତି। ପ୍ରଥମ କ୍ଷେତ୍ର ଭୁବନେଶ୍ବର, ପୁରୀ, କଟକ ଏବଂ ପାରାଦ୍ବୀପକୁ ସଂଯୋଗ କରିବ। ଭୁବନେଶ୍ବର-କଟକ-ପୁରୀ- ପାରାଦ୍ବୀପ ଅର୍ଥନୈତିକ କ୍ଷେତ୍ରକୁ ଏକ ସକ୍ରିୟ ସହର-ଶିଳ୍ପ କରିଡର ଭାବରେ ପରିକଳ୍ପନା କରାଯାଇଛି। ସେହିପରି ସୁନାବେଡ଼ା, କୋରାପୁଟ, ବରଗଡ଼ ଏବଂ ସମ୍ବଲପୁରକୁ ସଂଯୋଗ କରି ଆଉ ଏକ ଅର୍ଥନୈତିକ କ୍ଷେତ୍ର ବିକଶିତ କରାଯିବ। ଏହି ଯୋଜନାରେ ସମ୍ବଲପୁର-ଝାରସୁଗୁଡ଼ା-ବରଗଡ଼, କୋରାପୁଟ-ସୁନାବେଡ଼ା-ଜୟପୁର ଏବଂ କେନ୍ଦୁଝର-ଯୋଡ଼ା-ବଡବିଲ ଭଳି ଅନ୍ୟାନ୍ୟ ପ୍ରମୁଖ ହବ୍କୁ ବିସ୍ତାର କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଏହାବ୍ୟତୀତ ଅନୁଗୋଳ, ବଲାଙ୍ଗୀର, ଭଦ୍ରକ, ବ୍ୟାସନଗର, କେନ୍ଦୁଝର, ବାରିପଦା, ରାୟଗଡ଼ା ଏବଂ ରାଉରକେଲା ସମେତ ଶିଳ୍ପ କ୍ଲଷ୍ଟର ଆଖପାଖରେ ଥିବା ୮ଟି ସହରକୁ ମଡେଲ ସହର ଭାବରେ ବିକଶିତ କରାଯିବ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି, ଓଡ଼ିଶାର କ୍ବାଡ୍ ସିଟି କାର୍ଯ୍ୟକ୍ରମ ସମୃଦ୍ଧ ସହର ଯୋଜନା ସହିତ କେବଳ ସହରାଞ୍ଚଳ ବିସ୍ତାର କରିବା ପାଇଁ ନୁହେଁ ବରଂ ଆର୍ଥିକ କାରବାର, ଶିଳ୍ପ ସୁଯୋଗ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଅଞ୍ଚଳଗୁଡ଼ିକ ଜାତୀୟ ଏବଂ ବିଶ୍ବ ଅର୍ଥନୀତିରେ ଓଡ଼ିଶାର ଭୂମିକାକୁ ବୃଦ୍ଧି କରିବା ସହିତ ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ଏକ ଢାଞ୍ଚା ପ୍ରଦାନ କରିବ। ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ।
କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…




