
ଭୁବନେଶ୍ବର : ପହଲଗାମରେ ପର୍ୟ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଜ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଦେଇଛି। ଏହି କ୍ରମରେ ଦୀର୍ଘକାଳୀନ ଭିସା ବଳରେ ବସବାସ କରୁଥିବା ୧୨ ପାକିସ୍ତାନୀଙ୍କୁ ଓଡ଼ିଶାରୁ ବିଦା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହାରି ମଧ୍ୟରେ ଭୁବନେଶ୍ବରରେ ଜଣେ ପାକିସ୍ତାନୀ ମହିଳା ରହିଥିବା ଜଣାପଡିଛି । ମହିଳାଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯାଇଛି ନୋଟିସ୍ । ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି ମହିଳା । ତାଙ୍କର ଭିସା ଅବଧି ୨୦୨୪ରେ ଶେଷ ହୋଇଥିଲା । ଏହାପରେ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ନିମନ୍ତେ ଏଗଜିଟ୍ ଭିସା ପାଇଁ କମିଶନରେଟ୍ ପୁଲିସ ନିକଟରେ ଆବେଦନ କରିଥିଲେ କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୁଲିସ ନୋଟିସ୍ ହୋଇଛି ।


