ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

ଭୁବନେଶ୍ୱର : ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ଆକାଶଛୁଆଁ ହୋଇଯାଇଛି । ପୂର୍ବରୁ ବାଇକ୍‌ ପିଛା ଫି’ ଥିଲା ୧୨ ଟଙ୍କା । ଏବେ ୮ ଗୁଣା ବଢ଼ିକରି ଏହି ଦେୟ ୯୪ ଟଙ୍କା ହୋଇଯାଇଛି । ସାଇକେଲ୍‌ ପାର୍କିଂ ଦର ବି ୫ ଗୁଣା ବଢ଼ିଯାଇଛି । ଏହାକୁ ନେଇ ଯାତ୍ରୀଙ୍କ ଭିତରେ ଅହେତୁକ ଅସନ୍ତୋଷ ଦେଖିବାକୁ ମିଳିଛି । ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ରେଳଷ୍ଟେସନ ପକ୍ଷରୁ ବାଇକ୍‌, ସାଇକେଲ ପାଇଁ ପାର୍କିଂ ସ୍ଥଳ ରହିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ପାର୍କିଂ ସ୍ଥଳକୁ ‘ଡି ଆଣ୍ଡ ଏସ୍‌ ଆସୋସିଏଟ୍‌’କୁ ଲିଜ୍‌ ଆକାରରେ ଦିଆଯାଇଛି । ପୂର୍ବରୁ ଏହି ଟେଣ୍ଡର ମା’ ତାରିଣି ସିକ୍ୟୁରିଟି ସର୍ଭିସକୁ ମିଳିଥିଲା । ଯାହାର କଣ୍ଟ ଗତ ୧୨ ତାରିଖରେ ସରିଯାଇଥିଲା । ଟେଣ୍ଡର ନେଇଥିବା ନୂଆ ସଂସ୍ଥା ଏବେ ମନଇଚ୍ଛା ପାର୍କିଂ ଫି’ ଆଦାୟ କରୁଛି । ଯାତ୍ରୀମାନେ ଅତିଷ୍ଠ ହୋଇପଡି଼ଲେଣି।

ଖାଲି ବାଇକ୍‌ କି ସାଇକେଲ ପାର୍କିଂ ନୁହେଁ, କାର ପାର୍କିଂ ସ୍ଥଳର ମଧ୍ୟ ଦେୟ ଢ଼େର୍‌ ଅଧିକ । ସେଠାରେ ୨ ଘଣ୍ଟାକୁ ୨୪ ଟଙ୍କା ଆଦାୟ କରାଯାଉଛି । ୨୪ ଘଣ୍ଟା ଯାଏଁ କାର ରଖିଲେ ୭୧ ଟଙ୍କା ଦେୟ ରହୁଛି । ଯଦି କେହି ଗୋଟିଏ ଦିନରୁ ଅଧିକ କାର ରଖୁଛି, ତା’ ହେଲେ ୧୪୨ ଟଙ୍କା ଦେବାକୁ ପଡୁଛି । ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି, କର୍ମସିଆଲ ଇନ୍ସପେକ୍ଟର, ଷ୍ଟେସନ ମ୍ୟାନେଜର ଓ ଆକାଉଣ୍ଟ ଅଧିକାରୀଙ୍କ ଦ୍ୱାରା ପାର୍କିଂ ଫି ଧାର୍ୟ୍ୟ କରାଯାଉଛି । ଏକ ସର୍ଭେ କମିଟି ଏହି ଫି ରିପୋର୍ଟକୁ ପ୍ରସ୍ତାବ ଦେବା ପରେ ଡିଆର୍‌ଏମ୍‌ଙ୍କ ଅନୁମତି ଦରକାର । ଯେହେତୁ ଟେଣ୍ଡର ବେଳେ ସବୁଠୁ ଅଧିକ ଟଙ୍କା ଦେଉଥିବା ସଂସ୍ଥାକୁ ପାର୍କିଂ ସ୍ଥଳ ଲିଜ୍‌ରେ ମିଳୁଛି । ପୂର୍ବରୁ ୧୨ ଲକ୍ଷ ଟଙ୍କାରେ ନିଲାମ ମିଳିଯାଉଥିଲା । ଏବେ ଲିଜ୍‌ ନେଇଥିବା ନୂଆ ସଂସ୍ଥା ୪୫ ଲକ୍ଷ ଟଙ୍କାରେ ନିଲାମ ନେଇଛି ।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ