ଭୁଲରେ ବି ଏସବୁ ଖାଦ୍ୟକୁ ଦ୍ୱିତୀୟ ଥର ମାଇକ୍ରୋୱେଭରେ ଗରମ କରନ୍ତୁ ନାହିଁ!

ବର୍ତ୍ତମାନର ଜୀବନଶୈଳୀରେ ମାଇକ୍ରୋୱେଭର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ଜାଣନ୍ତି କି, ମାଇକ୍ରୋୱେଭରେ ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ଏହାର ସ୍ୱାଦ ଏବଂ ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ?

ଆଜ୍ଞା ହଁ, ଅନେକ ପ୍ରକାର ଖାଦ୍ୟ ଅଛି, ଯେଉଁଗୁଡିକୁ ଏକାଧିକ ଥର ମାଇକ୍ରୋୱେଭରେ ଗରମ କରିବା ଦ୍ୱାରା ଏହାର ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ। ତେବେ ଏସବୁ ଖାଦ୍ୟ କଣ, ଜାଣନ୍ତୁ…

ସିଝା ଅଣ୍ଡାକୁ ଆଦୌ ମାଇକ୍ରୋୱେଭରେ ଗରମ କରନ୍ତୁ ନାହିଁ। ଏହା ବ୍ୟତୀତ, ମାଇକ୍ରୋୱେଭରେ ଅଣ୍ଡାରୁ ନିର୍ମିତ ଖାଦ୍ୟକୁ ମଧ୍ୟ ଗରମ କରି ଗରମ କରି ଖାଆନ୍ତୁ ନାହିଁ।

ମାଇକ୍ରୋୱେଭରେ ଫ୍ରେଞ୍ଚ୍ ଫ୍ରା ଏବଂ ପକୋଡା ପରି ଫ୍ରାଏଡ୍ ଖାଦ୍ୟକୁ ଗରମ କରିବା ଠାରୁ ଦୂରେଇ ରୁହନ୍ତୁ। ମାଇକ୍ରୋୱେଭରେ ଫ୍ରାଏଡ ଖାଦ୍ୟ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଅଧିକାଂଶ ଲୋକ ନନଭେଜ ଖାଦ୍ୟକୁ ଗରମ କରି ଖାଇବା ପାଇଁ ପସନ୍ଦ କରନ୍ତି। ବାସ୍ତବରେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଓଭେନରେ ଏହି ପ୍ରକାର ଖାଦ୍ୟ ଗରମ କରିବା ଦ୍ୱାରା ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ମାଇକ୍ରୋୱେଭରେ ଚା’ ମଧ୍ୟ ଗରମ ନ କରିବା ଉଚିତ୍। ପ୍ରଥମତଃ ଚା ତିଆରି କରି ଦୀର୍ଘ ସମୟ ରଖିବା ଦ୍ୱାରା ଏହା ଖରାପ ହୋଇ ଯାଇଥାଏ, ଯଦି ପୁନର୍ବାର ଏହାକୁ ମାଇକ୍ରୋୱେଭରେ ଗରମ କରୁଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକରାକ ହୋଇପାରେ।

ସବୁଜ ପତ୍ରଯୁକ୍ତ ପନିପରିବାକୁ ଓଭେନରେ ଗରମ କରିବାକୁ ବାରଣ କରାଯାଏ। ପାଳଙ୍ଗ ଓ ଅନ୍ୟାନ୍ୟ ପ୍ରକାର ଶାଗକୁ ଓଭେନରେ ଦ୍ୱିତୀୟ ଥର ଗରମ କରିବା ଅନୁଚିତ୍। ସବୁଜ ପନିପରିବାରେ ନାଇଟ୍ରେଟ୍ ଥାଏ, ଦ୍ୱିତୀୟ ଥର ଗରମ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପାଲଟିଯାଏ, ଯାହା କ୍ୟାନସର ଭଳି ମାରାତ୍ମକ ରୋଗ ବିପଦ ଆଶଙ୍କାକୁ ବୃଦ୍ଧି କରିପାରେ।

Related Posts

ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ଵର,୦୮/୦୮:ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ବାଙ୍ଗାଲୋରର ବେସିକ ନିଡସ ଇଣ୍ଡିଆ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଛି । ମାନ୍ୟବର ସ୍ୱାସ୍ଥ୍ୟ ଓ…

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

Leave a Reply

Your email address will not be published. Required fields are marked *

You Missed

ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ