ଭୋଟ କାହାକୁ ଦେବି ନିର୍ବାଚନ ଦିନ ସ୍ଥିର କରିବି

ଭୁବନେଶ୍ବର: ନିଲମ୍ବିତ ବିଜେଡି ବିଧାୟକ ସନାତନ ମହାକୁଡ଼ ରାଜ୍ୟସଭା ନିର୍ବାଚନରେ କାହାକୁ ଭୋଟ୍‌ ଦେବେ ସେନେଇ ସସ୍‌ପେନ୍ସ ଜାରି ରହିଛି। ଏପର୍ୟ୍ୟନ୍ତ ତାଙ୍କ ସହ କେହି ଯୋଗାଯୋଗ କରିନଥିବାବେଳେ ଭୋଟ୍‌ ସମ୍ପର୍କରେ ସେ ନିର୍ବାଚନ ଦିନ ସ୍ଥିର କରିବେ ବୋଲି କହିଛନ୍ତି। ଶ୍ରୀ ମହାକୁଡ଼ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ଜଣେ ବିଧାୟକ ଭାବେ ଭୋଟ୍ ଦେବାକୁ ପଡ଼ିବ। ଭୋଟଦାନରୁ ବଞ୍ଚିତ ହେବିନି। ମୋ ସହ ବିଜେପି, ବିଜେଡି କିମ୍ବା ସ୍ବାଧୀନ ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ଯୋଗାଯୋଗ କରିନାହାନ୍ତି। ଭୋଟ କାହାକୁ ଦେବି ନିର୍ବାଚନ ଦିନ ସ୍ଥିର କରିବି। ଏବେଠୁ ତାହା କହି କିଛି ଲାଭ ନାହିଁ। ଯାହାର ସଂଖ୍ୟା ଅଧିକ ସେ ଜିିତିବ। ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୫ ପ୍ରାର୍ଥୀ ଯୋଗ୍ୟ। ଯିଏ ଦିଲ୍ଲୀ ଯିବେ ଓଡ଼ିଶା ପାଇଁ କାମ କରିବେ। ମୋତେ ବିଜେଡି ନିଲମ୍ବିତ କରିଛି, ବହିଷ୍କାର କରିନି। ବହିଷ୍କୃତ ହୋଇଥିଲେ ଚିନ୍ତାଧାରା ଅଲଗା ରଖିଥାନ୍ତି। ମୋତେ ଏପର୍ୟ୍ୟନ୍ତ ବିଜେଡି ପକ୍ଷରୁ କିଛି କୁହାଯାଇନି। ତେଣୁ ବିଜେଡି ପଛରେ ମୋର ଗୋଡ଼ାଇବାର ନାହିଁ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ