
କୋରାପୁଟ: ‘ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଏପରି ଧମକ ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
କୋରାପୁଟ ଜିଲ୍ଲାରେ ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନଉଠିଲେ ଆନ୍ଦୋଳନ ଓ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛି କଂଗ୍ରେସ । ୨୫ ତାରିଖ ସୁଦ୍ଧା କୋରାପୁଟ ଜିଲ୍ଲାର ସମସ୍ତ ଧାନମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି।
ସାମ୍ବାଦିକ ସମ୍ମିଳନୀରେ ତାରା କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ ୧୧ ତାରିଖରୁ ଖରିଫ ମଣ୍ଡି ଆରମ୍ଭ ହୋଇଥିଲେ ବି, ଆଜି ସୁଦ୍ଧା ଧାନ କ୍ରୟ କରାଯାଇପାରୁନି। ଚାଷୀ ଶୀତ କାକରରେ ଧାନକୁ ଜଗି ବସିଥିବା ବେଳେ, ଟୋକନର ଅବଧି ୧ ମାସ ରହିଛି।ଗତ ୩ ଦିନର କୋହଲା ପାଗ ଓ ଅଦିନିଆ ବର୍ଷାରେ ଧାନକୁ ଢାଙ୍କି ଏଫଏକୁ୍ୟକୁ ମାନରେ ରଖିବା ପାଇଁ ଚାଷୀକୁ ପଲିଥିନ କିଣି ନୟାନ୍ତ ହେବାକୁ ପଡ଼ୁଛି । ଏଥିସହ ସରକାର କେବେ ଧାନ କ୍ରୟ କରିବେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ତାରା ।




