ମର୍ମନ୍ତୁଦ ଦୁର୍ଘଟଣା: ୨ ସ୍କୁଟି ଆରୋହୀ ମୃତ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ । ବାକି ଜଣେ ଗୁରୁତର ହୋଇଛନ୍ତି । ଯାହାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମଙ୍ଗଳବାର ଦିନ ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ଦୁଇ ସ୍କୁଟି ଆରୋହୀଙ୍କ ଧକ୍କା ଦେଇଥିଲେ ଅଜଣା ଗାଡ଼ି । ଯାହାଫଳରେ ଦୁଇ ଜଣ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଯୋଡ଼ା ଥାନା ବିଲେଇପଦା କାରଣସାହିର ନିରଞ୍ଜନ ମଲ୍ଲିକ ଓ ଦାମପୁର ଅଞ୍ଚଳ ସଚିନ ମହାକୁଡ଼ । ବାକି ଗୁରୁତର ଥିବା ବ୍ୟକ୍ତି ଜଣଙ୍କ କଣ୍ଡରା ଅଞ୍ଚଳ ମୁନା ମହାକୁଡ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Related Posts

    କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

    ଭୁବନେଶ୍ୱର:କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ। ନିୟମିତ କର୍ମଚାରୀ ଲେଭଲ୍‌-ଭି (ଏ) ଦରମା ପିଛିଲା ଭାବେ ଅର୍ଥାତ୍‌…

    Continue reading
    ଏଣିକି ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ

    ଭୁବନେଶ୍ୱର: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ ବେଳାଭୂମିରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ