ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ପୁଣି ଟ୍ୱିଷ୍ଟ

ପୁରୀ: ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ପୁଣି ଟ୍ୱିଷ୍ଟ । ୟୁ-ଟର୍ଣ୍ଣ ମାରିଲେ ଅଭିଯୋଗ ଆଣିଥିବା ସେବାୟତ ହଳଧର ଦାସମହାପାତ୍ର । ସେବାୟତ ମିଛ କହୁଥିବା ନେଇ ଆରମ୍ଭରୁ ମନ୍ତବ୍ୟ ପରେ ସ୍ୱର ବଦଳାଇଛନ୍ତି ହଳଧର । ପ୍ରଶାସନକୁ ସେ କ୍ଳିନଚିଟ୍ ଦେଇଛନ୍ତି । ପ୍ରଶାସନର କୌଣସି ଦୋଷ ନାହିଁ । କବିରାଜ ସେବକମାନେ ଶ୍ରୀମନ୍ଦିର ଗାରଦରେ ୩୧୩ ମୂର୍ତ୍ତି ଅମୁଣିଆ ମୋଦକ ଜିମା ଦେଇଥିଲେ । କମାଣ୍ଡର ଏହାକୁ ଛୁଅନ୍ତି ନାହିଁ । ପରେ ଅନ୍ୟ ସେବକ ଆସି ମୋଦକ ନେଇଥିଲେ । ଆଉ ସେଥିରୁ ୭୦ କମ ବାହାରିଥିଲା ଅର୍ଥାତ୍ ୩୧୩ରୁ ୨୪୩ ମୂର୍ତ୍ତି ଅମୁଣିଆ ମୋଦକ ଥିଲା । ତେବେ କିଏ ଚୋରି କରିଛି ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ହଳଧର ଦାସ । ପୂର୍ବରୁ ମୋଦକ ଚୋରି ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ହଳଧର ।
ଅଣସର ଘରେ ଶ୍ରୀଜିଉଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହେବା ଘଟଣାରେ ରିପୋର୍ଟ ତଲବ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ , ମୋଦକ ଗଣାହୁଏନାହିଁ ବରଂ ଏହି ପ୍ରସଙ୍ଗକୁ ଅଯଥା ଚର୍ଚ୍ଚାକୁ ଅଣାଯାଉଛି । କିଛି ଦଇତା ସେବକ ମୋଦକ ଚୋରି ହେବା କଥା କହି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ବିଭ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ହେବ ଏବଂ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ହେବ ।

ଘଟଣାକୁ ନେଇ ଉତ୍ତର ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମୁଖ୍ୟ ପ୍ରଶାସକ କହିଛନ୍ତି ବଡ ବାଡଗ୍ରାହୀ ଆମକୁ ଘଟଣା ନେଇ ଚିଠି ଲେଖିଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡିଛି । ତାର ତଦନ୍ତ ରିପୋର୍ଟ ବି ଆମେ ମାଗିଛୁ । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, କୌଣସି ବୈଦ୍ୟ ସେବକ ଗାରଦରେ ନେଇ ଦିଅନ୍ତି, ସେତେବେଳେ ସେଇ ଅମଣିଆ ଦଶମୂଳ ମୋଦକକୁ କୌଣସି ମନ୍ଦିର ପ୍ରଶାସନ ବା ଗାରଦର କୌଣସି ବ୍ୟକ୍ତି ଏହାକୁ ଛୁଅଁନ୍ତିନି କି ଗଣତି ନାହିଁ । ତେବେ ସବୁ ଆଡୁ ତଦନ୍ତ କରିବା ପରେ ଆମେ ଜାଣିବାକୁ ପାଇଛୁ କି, ଚୋରି ହୋଇନି ମୋଦକ । ତେବେ ତଦନ୍ତି ପରେ ସବୁ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

ସୂଚନାଥାଉକି, ମହାପ୍ରଭୁଙ୍କ ଅଣସର ଘରେ ତିନି ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହୋଇଗଲା ବୋଲି ଅଭିଯୋଗ ଆଣିଥିଲେ ବଳଭଦ୍ରଙ୍ଗ ବାଡଗ୍ରାହୀ । ତାଙ୍କ କହିବା କଥା ଶ୍ରୀଜିଉଙ୍କୁ ଲାଗି ହୋଇଛି ମାରା ମୋଦକ । ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଏବେ ନିଜେ ନିଜ କଥା ଫେରାଇନେଇଛନ୍ତି ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ