ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ନାଇଟ୍ ସିଫ୍ଟ କରିବେ ମହିଳା କର୍ମଚାରୀ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ସେଲ୍ଫ ଡିକ୍ଲାରେସନ ଦେଇ ମହିଳା କାର୍ୟ୍ୟ କରିବେ । ଏହାର ଅର୍ଥ ନିଜ ସୁରକ୍ଷା ମହିଳା ନିଜେ କରିବେ । ସରକାରଙ୍କ ତରଫରୁ ଆମେ କିଛି କରିବୁ ନାହିଁ । ମହିଳା କର୍ମଚାରୀ ସେଲ୍ଫ ଡିକ୍ଳାରେସନ ଦେଇସାରିବା ପରେ ସରକାରଙ୍କର ଆଉ କିଛି ଦାଇତ୍ୱ ନାହିଁ । ଏହାର ଅର୍ଥ ସରକାର ସୁରକ୍ଷା ଦେଇପାରୁ ନାହାନ୍ତି । ନାରୀଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କର ମନୋଭାବ ନାହିଁ । ସେଲ୍ଫ ଡିକ୍ଳାରେସନ ଦେଇସାରିବା ପରେ କୌଣସି ଅଘଟଣ ହେଲେ ମହିଳା ଦାୟୀ ରହିବେ, ସରକାର ନୁହେଁ । ସରକାର ନିଜ ମୁଣ୍ଡରୁ ଦୋଷ ଖସେଇ ଦେବା ପାଇଁ ଏଭଳି କରିଛନ୍ତି । ମହିଳା ସେଲ୍ଫ ଡିକ୍ଳାରେସନ ଦେଇ କାମ କଲେ, ସରକାର କାହିଁକି ଅଛନ୍ତି ? ସରକାରଙ୍କ ନୀତି ନିୟମ ଓ ଶାସନ ବ୍ୟବସ୍ଥା କାହିଁକି ଅଛି ? ମହିଳା ଯଦି ନିଜ ସୁରକ୍ଷା ନିଜେ କରିବେ, ସରକାର କାହିଁକି ଅଛନ୍ତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି ।

  • Related Posts

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟ ବିଜେପି ସଭାପତି

    ଭୁବନେଶ୍ବର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ତିରୋଧାନ ଦିବସ । ଭୁବନେଶ୍ୱର ଏମ୍ସ ପରିସରରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ…

    Continue reading
    ସୁଲତାଙ୍କ ପୋଷ୍ଟକୁ ନେଇ ବଢ଼ିଲା ବିବାଦ, କ୍ୟାପିଟାଲ ଥାନାରେ ବିଜେପିର ଏତଲା

    ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିରୋଧରେ ଥାନାରେ ବିଜେପିର ଏତଲା। ଫ୍ଲାଗ୍ କୋଡ୍ ଉଲ୍ଲଂଘନ ସହ ଏଆଇ ଫଟୋର ଅପବ୍ୟବହାର କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏକ ଏଆଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ