ମହିଳାଙ୍କୁ ଚଳନ୍ତା ଆମ୍ବୁଲାନ୍ସରେ ଗଣ ଦୁଷ୍କର୍ମ

ବିହାରରେ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଚଳନ୍ତା ଆମ୍ବୁଲାନ୍ସ ଭିତରେ କରାଯାଇଛି ଗଣ ଦୁଷ୍କର୍ମ। ମହିଳା ଜଣଙ୍କ ଗୃହରକ୍ଷୀ ନିଯୁକ୍ତି ପାଇଁ ଆବଶ୍ୟକ ଶାରୀରିକ ଟେଷ୍ଟରେ ସାମିଲ ହେଉଥିଲେ। କିନ୍ତୁ ପରୀକ୍ଷା ବେଳେ ସେ ଅଚେତ ହୋଇ ଯାଇଥିଲେ। ଏଥିପାଇଁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା। ହସ୍ପିଟାଲ ଯିବା ବାଟରେ ତାଙ୍କୁ ଚଳନ୍ତା ଆମ୍ବୁଲାନ୍ସରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସହ ବିହାରର ଗୟା ଜିଲ୍ଲାରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।

ଅଭିଯୋଗ ଅନୁସାରେ ପୂରା ଘଟଣା ଜୁଲାଇ ୨୪ ତାରିଖରେ ଘଟିଥିଲା। ୨୪ ତାରିଖରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଶାରୀରିକ ଫିଟନେସ ପରୀକ୍ଷା ବୋଧ ଗୟାରେ ଥିବା ବିହାର ମିଲିଟାରୀ ପୁଲିସ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଟେଷ୍ଟ ବେଳେ ୨୬ ବର୍ଷୀୟ ମହିଳା ଜଣଙ୍କ ଅଚେତ ହୋଇ ଯାଇଥିଲେ। ଘଟଣା ସ୍ଥଳରେ ରହିଥିବା ଆମ୍ବୁଲାନ୍ସ ଜରିଆରେ ପରୀକ୍ଷା ଆୟୋଜନ କରୁଥିବା ଅଧିକାରୀମାନେ ମହିଳାଙ୍କୁ ହସ୍ପିଟାଲ ପଠାଇ ଦେଇଥିଲେ। ମହିଳା ଜଣଙ୍କ ଆମ୍ବୁଲାନ୍ସ ଭିତରେ ଅଚେତ ଅବସ୍ଥାରେ ଥିବା ବେଳେ ତାଙ୍କୁ ଏକାଧିକ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଆଧାରରେ ବୋଧ ଗୟା ପୁଲିସ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ କରାଯାଇଥିଲା। ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଓ ଫରେନ୍ସିକ ଟିମକୁ ଘଟଣାର ତଦନ୍ତ ପାଇଁ ନିଯୁକ୍ତ କରାଯାଇଥିଲା।

ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ଏସ୍‌ଆଇଟି ଅଭିଯୁକ୍ତ ଆମ୍ବୁଲାନ୍ସ ଡ୍ରାଇଭର ବିନୟ କୁମାର ଓ ଟେକ୍ନିସିଆନ ଅଜିତ କୁମାରଙ୍କୁ ଗିରଫ କରିଛି। ସେମାନେ ଏବେ ପୁଲିସ୍‌ ହେପାଜତରେ ରହିଛନ୍ତି ଓ ସେମାନଙ୍କୁ ଜେରା କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

  • Garvita Odia

    Related Posts

    ଦ୍ରୌପଦୀ ମୁର୍ମୁଙ୍କ ଜୀବନକୁ ନେଇ ନିର୍ମାଣ ହେଉଛି ଫିଲ୍ମ

    କଟକ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନକୁ ନେଇ ଚଳଚଚ୍ଚିତ୍ର ନିର୍ମାଣ ହୋଇଛି । ଖୁବ ଶିଘ୍ର ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଯାହାର ଶୀର୍ଷକ ରହିଛି ମହାମହିମ ଦିନି ଜି ମୁର୍ମୁ । ତେବେ ରିଲିଜ୍‌ ପୂର୍ବରୁ…

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    Leave a Reply

    Your email address will not be published. Required fields are marked *

    You Missed

    ଦ୍ରୌପଦୀ ମୁର୍ମୁଙ୍କ ଜୀବନକୁ ନେଇ ନିର୍ମାଣ ହେଉଛି ଫିଲ୍ମ

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ