ମହିଳାଙ୍କୁ ଚଳନ୍ତା ଆମ୍ବୁଲାନ୍ସରେ ଗଣ ଦୁଷ୍କର୍ମ

ବିହାରରେ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଚଳନ୍ତା ଆମ୍ବୁଲାନ୍ସ ଭିତରେ କରାଯାଇଛି ଗଣ ଦୁଷ୍କର୍ମ। ମହିଳା ଜଣଙ୍କ ଗୃହରକ୍ଷୀ ନିଯୁକ୍ତି ପାଇଁ ଆବଶ୍ୟକ ଶାରୀରିକ ଟେଷ୍ଟରେ ସାମିଲ ହେଉଥିଲେ। କିନ୍ତୁ ପରୀକ୍ଷା ବେଳେ ସେ ଅଚେତ ହୋଇ ଯାଇଥିଲେ। ଏଥିପାଇଁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା। ହସ୍ପିଟାଲ ଯିବା ବାଟରେ ତାଙ୍କୁ ଚଳନ୍ତା ଆମ୍ବୁଲାନ୍ସରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସହ ବିହାରର ଗୟା ଜିଲ୍ଲାରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।

ଅଭିଯୋଗ ଅନୁସାରେ ପୂରା ଘଟଣା ଜୁଲାଇ ୨୪ ତାରିଖରେ ଘଟିଥିଲା। ୨୪ ତାରିଖରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଶାରୀରିକ ଫିଟନେସ ପରୀକ୍ଷା ବୋଧ ଗୟାରେ ଥିବା ବିହାର ମିଲିଟାରୀ ପୁଲିସ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଟେଷ୍ଟ ବେଳେ ୨୬ ବର୍ଷୀୟ ମହିଳା ଜଣଙ୍କ ଅଚେତ ହୋଇ ଯାଇଥିଲେ। ଘଟଣା ସ୍ଥଳରେ ରହିଥିବା ଆମ୍ବୁଲାନ୍ସ ଜରିଆରେ ପରୀକ୍ଷା ଆୟୋଜନ କରୁଥିବା ଅଧିକାରୀମାନେ ମହିଳାଙ୍କୁ ହସ୍ପିଟାଲ ପଠାଇ ଦେଇଥିଲେ। ମହିଳା ଜଣଙ୍କ ଆମ୍ବୁଲାନ୍ସ ଭିତରେ ଅଚେତ ଅବସ୍ଥାରେ ଥିବା ବେଳେ ତାଙ୍କୁ ଏକାଧିକ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଆଧାରରେ ବୋଧ ଗୟା ପୁଲିସ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ କରାଯାଇଥିଲା। ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଓ ଫରେନ୍ସିକ ଟିମକୁ ଘଟଣାର ତଦନ୍ତ ପାଇଁ ନିଯୁକ୍ତ କରାଯାଇଥିଲା।

ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ଏସ୍‌ଆଇଟି ଅଭିଯୁକ୍ତ ଆମ୍ବୁଲାନ୍ସ ଡ୍ରାଇଭର ବିନୟ କୁମାର ଓ ଟେକ୍ନିସିଆନ ଅଜିତ କୁମାରଙ୍କୁ ଗିରଫ କରିଛି। ସେମାନେ ଏବେ ପୁଲିସ୍‌ ହେପାଜତରେ ରହିଛନ୍ତି ଓ ସେମାନଙ୍କୁ ଜେରା କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ