ମା’ ହେବ ଜିନ୍ନତ

ଭୁବନେଶ୍ୱର: ମା’ ହେବ ଜିନ୍ନତ । ସେପ୍ଟେମ୍ବରରେ ପ୍ରସବ କରିବ ଶିମିଳିପାଳରେ ଥିବା ବାଘୁଣୀ । କଳା ମହାବଳ ଟି-୧୨ ସହ ସମ୍ପର୍କରେ ଆସି ବାଘୁଣୀ ଜିନ୍ନତ ମା’ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛି ବନ ବିଭାଗ । ଗତମାସ କଳା ମହାବଳ ସହ ଜିନ୍ନତର ସମ୍ପର୍କକୁ ଟ୍ରାକ୍ କରାଯାଇଥିଲା । ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ରର ତାଡ଼ୋବାରୁ ଓଡ଼ିଶାର ଶିମିଳିପାଳ ଆସିଥିଲା ବାଘୁଣୀ ଜିନ୍ନତ । ମେ’ ମାସରେ ବଡ଼ ଏନକ୍ଲୋଜରରୁ ମୁକ୍ତ ହୋଇ କୋର ଏରିଆକୁ ଛଡ଼ାଯିବା ପରେ କେବଳ ନିଜ ବାସସ୍ଥାନ ବାଛିନି ଜିନ୍ନତ ବରଂ ମା’ ମଧ୍ୟ ହୋଇଛି । କୋର ଅଞ୍ଚଳକୁ ଛଡ଼ାଯିବା ପରେ ଶିମିଳିପାଳ ଅଭୟାରଣ୍ୟର ଜମୁନାଗଡ଼ରୁ ଗୁଡ଼ଗୁଡ଼ିଆ ପର୍ୟ୍ୟନ୍ତ ଜଙ୍ଗଲକୁ ନିଜ ବାସସ୍ଥଳୀ ରୂପେ ବାଛିଥିଲା ଜିନ୍ନତ ।

ପୂର୍ବରୁ ଶିମିଳିପାଳରେ ଛଡ଼ାଯିବା ପରଠାରୁ ଅନେକ ଚର୍ଚ୍ଚା ସାଉଁଟିଥିଲା ବାଘୁଣୀ । ଶିମିଳିପାଳ ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗ ଯାଇଥିଲା । ଆଉ ଏକ ନାଟକୀୟ ଢଙ୍ଗରେ ଧରାହୋଇ ପୁଣି ଶିମିଳିପାଳ ଫେରିଥିଲା । ପ୍ରଥମେ ସଫ୍ଟ ଏନକ୍ଲୋଜର ପରେ ବଡ଼ ଆବଦ୍ଧ ଅଞ୍ଚଳ ଆଉ ତା’ପରେ ଜଙ୍ଗଲକୁ ଛଡ଼ାଯାଇଥିଲା । ଏବେ ଜିନ୍ନତ ମା’ ହେବା ବନ ବିଭାଗ ପାଇଁ ବଡ଼ ସଫଳତା । ଶିମିଳିପାଳରେ ବାଘ ବଂଶ ବିସ୍ତାର କରିବା ଲକ୍ଷ୍ୟରେ ପ୍ରଥମେ ଯମୁନା ଓ ପରେ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା । ଆଉ ଏବେ ସେପ୍ଟେମ୍ବରରେ ମା’ ହେବ ସାଢ଼େ ୩ ବର୍ଷିୟା ମରାଠା ବାଘୁଣୀ ଜିନ୍ନତ।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ