ମାଆକୁ ଜାଳିଦେଲା ନୃଶଂସ ପୁଅ !

ଭଦ୍ରକ: ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ମଦ ପିଇବାକୁ ଟଙ୍କା ନଦେବାରୁ ଜନ୍ମକଲା ମାଆକୁ ଜାଳିଦେଲା ନୃଶଂସ ପୁଅ । ମାଆକୁ ନିଆଁରେ ପୋଡ଼ି ଦେଇଥିବା ଗ୍ରାମବାସୀଙ୍କ ଅଭିଯୋଗ। ଗୁରୁତର ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ପୁଅ ଫେରାର୍‌ ହୋଇଯାଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଵିଲଣା ପଞ୍ଚାୟତ ଗଳଗଣ୍ଡପୁର ଗାଁରେ ଘଟିଛି ଏପରି ଅମାନୁଷିକ ଘଟଣା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ପୁଅ ନିଶା ସେଵନ କରି ମାଆକୁ ଗାଳିଗୁଲଜ କରେ। ଆଜି ସକାଳୁ ମଦ ପାଇଁ ମାଆକୁ ଟଙ୍କା ମାଗିଥିଲା ପୁଅ । ମାଆ ଟଙ୍କା ନ ଦେବାରୁ ମାଆକୁ ନିସ୍ତୁକ ପିଟିଥିଲା। ପରେ ନିଶାସକ୍ତ ଅବସ୍ଥାରେ ମାଆ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ। ନିଆଁ ଲାଗିଯିବାରୁ ମାଆ ଚିତ୍କାର ଶୁଣି ଗାଁ ଲୋକ ଦୌଡ଼ି ଆସିଥିଲେ। ନିଆଁରେ ପୋଡି ହୋଇ ମାଆ ଗୁରୁତର ହୋଇଥିଲା ବେଳେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଆ ଜ୍ୟୋତ୍ସ୍ନା ନାୟକ (୬୦) ଗୁରୁତର ହୋଇ କଟକ ରେଫର ହୋଇଛନ୍ତି। ଘଟଣା ସ୍ଥଳରୁ ପୁଅ ବଳିଆ ଫେରାର ହୋଇଯାଇଛି।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ