ମିଳିଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ରିମୋଟ୍ ଚିପିଲେ ମୁଖ୍ୟମନ୍ତ୍ରୀ, ଖାତାକୁ ଗଲା ସୁଭଦ୍ରା ଟଙ୍କା । ବ୍ୟାଙ୍କ ମେସେଜ ଦେଖି ଖୁସିରେ ଝୁମିଲେ ମହିଳା ହିତାଧିକାରୀ। ଗୁରୁବାର ନୂଆ ହିତାଧିକାରୀଙ୍କ ଆସିଲା ଧନ। ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ସୁଭଦ୍ରା କିସ୍ତି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ମିଳିଲା ଟଙ୍କା । ସୁଭଦ୍ରା ଯୋଜନାରେ ନୂଆରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆଜି ମିଳିଛି ପ୍ରଥମ କିସ୍ତି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆକାଉଣ୍ଟ ଗଲା । ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ମଧ୍ୟ ପାଇବେ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ବି ସାମିଲ କରାଯାଇଛି । ସେମାନେ ବି ଏକା ବେଳକେ ପାଇଛନ୍ତି ଦୁଇଟି କିସ୍ତି। ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଥିଲା ।

୩୧୫ କୋଟି ରୁ ଉର୍ଦ୍ଧ୍ବ ଆର୍ଥିକ ସହାୟତା ରାଶି ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଆସିଛି । ଏଯାବତ ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି। ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ। ପୂର୍ବରୁ ଜାନୁଆରୀ ୧୮ରେ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ । ପରେ ଉପମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ୧୮ ବଦଳରେ ୨୨ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ