”ମୁଁ ଲୁଚି ନଥିଲି, ଆଇନଗତ ଭାବେ ଲଢୁଛି’

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା SI ଚାକିରି କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଉତ୍ତରାଖଣ୍ଡରୁ ଶଙ୍କରକୁ ଆଣିଲା କ୍ରାଇମବ୍ରାଞ୍ଚ ଟିମ୍ । ଏୟାରପୋର୍ଟରୁ ସିଧା କ୍ରାଇମବ୍ରାଞ୍ଚ ଅଫିସ୍ ଗଲା ଶଙ୍କର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶଙ୍କର କହିଛି, ‘ମୁଁ ଲୁଚି ନଥିଲି, ଆଇନଗତ ଭାବେ ଲଢୁଛି । ହାଇକୋର୍ଟଙ୍କୁ ପ୍ରି-ବେଲ୍ ଆପ୍ଲିକେସନ୍ ମାଗିଥିଲି । ମୋ ଉପରେ ଲଗାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ସହ ମୋର କୌଣସି ଯୋଗାଯୋଗ ନାହିଁ’ ।
ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ ଶଙ୍କରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଘଟଣା ସାମ୍ନାକୁ ଆସିବା ପରଠାରୁ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି । ଶଙ୍କର ପୃଷ୍ଟି ସହ ତା’ର ସ୍ତ୍ରୀ ଦୀପ୍ତିମୟୀଙ୍କୁ ବି ଗିରଫ କରିଛି କ୍ରାଇମବ୍ରାଞ୍ଚ । ପୋଲିସ SI ପରୀକ୍ଷା ଘୋଟାଲାର ମାଷ୍ଟରମାଇଣ୍ଡ ହେଉଛି ଶଙ୍କର ପୃଷ୍ଟି । ତାର କଳା କାରନାମାର ପର୍ଦ୍ଦାଫାସ୍ କରିଥିଲା ଅର୍ଗସ । ପରୀକ୍ଷାର୍ଥୀଙ୍କ ଟଙ୍କାରେ ଅୟସ କରୁଥିଲା ଶଙ୍କର ପୃଷ୍ଟି । ବିଭିନ୍ନ ଜାଗାରେ ସେ କିଣିଛି ଦାମୀ ଜମି, ଅର୍ଗସ ହାତରେ ଲାଗିଥିଲା ଏକ୍ସକ୍ଲୁସିଭ୍ ଦସ୍ତାବିଜ୍।ଦିନ ମଜୁରିଆଙ୍କ ପୁଅ କେମିତି ଶହେ କୋଟିର ମାଲିକ ହେଲା ? ଗାଁରେ ଟାଉଟରୀ କରୁଥିବା ଶଙ୍କର କେମିତି ବନିଗଲା ପ୍ରଶ୍ନପତ୍ର କେଳେଙ୍କାରୀର ସର୍ଦ୍ଦାର। ପଞ୍ଚସଫ୍ଟ ସିଲିକନ୍ ନେକ୍ସସର ବଡ଼ ପ୍ରମାଣ ଅର୍ଗସରେ ହାତରେ ଲାଗିଥିଲା । ଏସଆଇ ନିଯୁକ୍ତି କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ୧୨୩ ଜଣଙ୍କୁ ଗିରଫ କରିଥିଲା । ମାସକ ପରେ ଗତ ୩୦ ତାରିଖରେ ଜାମିନରେ ଜେଲରୁ ବାହାରିଥିଲେ ୧୧୪ ଜଣ ପରୀକ୍ଷାର୍ଥୀ । ତେବେ ଶଙ୍କରର ସହଯୋଗୀ ମୁନା ମହାନ୍ତି ସହ ୯ ଦଲାଲ ଜେଲରେ ଅଛନ୍ତି ।ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ୱରରୁ ଶ୍ରୀକାକୁଲମ ଅଭିମୁଖେ ଯାଉଥିବା ତିନିଟି ବସକୁ ଅଟକାଇ ଏସଆର ପରୀକ୍ଷାର ଆଶାୟୀଙ୍କୁ ଧରି କେଳେଙ୍କୀରୀର ଗୁମର ଖୋଲିଥିଲା ପୋଲିସ। ଅକ୍ଟୋବର ୧ରେ ଏମାନେ ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଥିଲେ । ପ୍ରଥମେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ସରକାର । ପରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।ଏବେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ ହୋଇଥିବାବେଳେ ଶ୍ରୀକାକୁଲମ ମଡ୍ୟୁଲର ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି, ଦୀଘା ମଡ୍ୟୁଲ ଅଭିଯୁକ୍ତି ଅରବିନ୍ଦ ଦାସ, ମୁନା ମହାନ୍ତିଙ୍କୁ ନିଜ ଫାର୍ମହାଉସରେ ଆଶ୍ରୟ ଦେଇଥିବା ବିଜେଡି ନେତା ଅଭିମନ୍ୟୁ ଦୋରା । ଶ୍ରୀକାନ୍ତ ମହାରଣା, ବିଶ୍ବରଂଜନ ବେହେରା, ପ୍ରିୟଦର୍ଶନୀ ସାମଲ ପ୍ରମୁଖ ଜେଲରେ ଅଛନ୍ତି ।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ