ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାର ଦୂରଦୂରାନ୍ତରେ ରହୁଥିବା ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା। ଚଳିତମାସ ୨୧ରୁ ୨୪ ତାରିଖ ପର୍ୟ୍ୟନ୍ତ ଚାଲିଥିବା ଏହି ଶିବିରରେ ୯୪୪ଜଣ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ୧୧ଜଣ ବିଶେଷଜ୍ଞ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧୀନରେ ଏହି ସେବା ଯୋଗାଇଥିଲେ। ଚିକିତ୍ସା ସୁବିଧା ପାଇଥିବା ରୋଗୀଙ୍କ ଭିତରେ ୟୁରୋଲୋଜି ବିଭାଗରେ ୬୯ଜଣ, ସ୍ନାୟୁରୋଗ ୩୭୪, ନେଫ୍ରୋଲୋଜିରେ ୧୧୨, ହୃଦ୍‌ରୋଗରେ ୧୬୪, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ୧୫୩, ଏଣ୍ଡୋକ୍ରାଇନୋଲୋଜିରେ ୭୨ଜଣଙ୍କ ସଫଳ ଚିକିତ୍ସା କରାଯାଇଛି।

ଏହାସହ ୬୧ଜଣଙ୍କ ଇକୋକାର୍ଡିଓଗ୍ରାଫି, ୧୩୬ଜଣଙ୍କ ଇସିଜି, ୧୨ ଜଣଙ୍କ ଏଣ୍ଡୋସ୍କୋପି, ୨୪ଜଣଙ୍କ ଅଲଟ୍ରାସାଉଣ୍ଡ, ୮୯ଜଣଙ୍କ ଏକ୍ସରେ ଓ ୫୨୧ଜଣଙ୍କ ବିଭିନ୍ନ ପ୍ରକାର ଖର୍ଚ୍ଚବହୁଳ ରୋଗ ନିରୂପଣ ପରୀକ୍ଷା କରାଯାଇଥିଲା। ଶିବିର ପାଇଁ ନୂଆପଡ଼ା ଜିଲ୍ଲା ହସ୍ପିଟାଲକୁ ଅତ୍ୟାଧୁନିକ ରୋଗ ନିରୂପଣ ଯନ୍ତ୍ରପାତି ପଠାଯାଇଥିଲା। ହାତ ପାହାନ୍ତରେ ବିନା ଖର୍ଚ୍ଚରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିଥିବାରୁ ରୋଗୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ବିଶେଷଜ୍ଞ ଦଳରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୟୁରୋଲୋଜି ବିଭାଗର ଡା.ପ୍ରମୋଦ, ହୃଦ୍‌ରୋଗର ଡା.ସୁଚିସ୍ମିତା, ସ୍ନାୟୁରୋଗର ଡା.ଅଶ୍ବିନୀ, ନେଫ୍ରୋଲୋଜିର ଡା.ରାକେଶ ଓ ହେପାଟୋଲୋଜିର ଡା.ଜ୍ଞାନରଞ୍ଜନ ପ୍ରମୁଖ ବରିଷ୍ଠ ବିଶେଷଜ୍ଞମାନେ ରୋଗୀ ଚିକିତ୍ସା କରିଥିଲେ। ଏହାଛଡ଼ା ଡା.ଭବାନୀ ଶଙ୍କର, ଡା.ବିଶ୍ବଜିତ, ଡା.ଲିଙ୍କନ, ଡା.ସନନ୍ଦ କୁମାର ସେଠୀ, ଡା.ସୋନିଲିକା ଓ ଡା.ପଙ୍କଜ କୁମାର ବରିଷ୍ଠ ବିଶେଷଜ୍ଞ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ