ମୁଖ୍ୟମନ୍ତ୍ରୀ ହେବାକୁ ୨ଟି ଲୋକର ଲାଳସା ରହିଲା:ବଦ୍ରି

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସରେ ନିର୍ଦ୍ଧୁମ୍ ବର୍ଷିଲେ ବଦ୍ରି ପାତ୍ର । ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବିସ୍ଫୋରକ ବୟାନ । ଆମେ ସୁଜାତା କି ଆଉ କାହା ନେତୃତ୍ବକୁ ମାନିବୁ ନାହିଁ । ନବୀନ ଓ ପାଣ୍ଡିଆନଙ୍କ ନାଁ ନେଇ ଜୋରଦାର ବର୍ଷିଛନ୍ତି ବଦ୍ରି । କହିଛନ୍ତି- ମୁଖ୍ୟମନ୍ତ୍ରୀ ହେବାକୁ ୨ଟି ଲୋକର ଲାଳସା ରହିଲା । ଯେଉଁମାନେ ନିର୍ବାଚନ ପରିଚାଳନା କରୁଥିଲେ, ସେମାନଙ୍କ ପାଇଁ ଦଳ ହାରିଲା । ବିଜେଡି ଦଳ ଏବେ ବିପଦରେ ଥିବା କହିଛନ୍ତି ଘସିପୁରାର ଏହି ବିଜେଡି ବିଧାୟକ ।
ଖାଲି ଏତିକି ନୁହେଁ, ବଦ୍ରି ପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି- ମୋ ମନରେ ଗଭୀର ଅସନ୍ତୋଷ ରହିଛି । ବିଜେଡିରେ ନେତୃତ୍ୱ କନ୍ଦଳ ରହିଛି । ନବୀନ ବାବୁ କିଛି ବୁଝୁ ନାହାନ୍ତି । ବେପାରୀମାନଙ୍କୁ ଦାୟିତ୍ୱ ଦେଇଦେଲେ । ଯାହା ଫଳରେ ଆମର ବିପର୍ୟ୍ୟୟ ହେଲା । ରାଜା ଚକ୍ର ପ୍ରସଙ୍ଗ ଉଠାଇବା ସହ, ଏଠି ଗୋଟିଏ ବାହାର ଶକ୍ତି ଆସି ଅତ୍ୟାଚାର ଓ ପତିଆରା ଚଳାଇଛି । ଏଠି ବି ଆମ ମୁରବୀମାନେ ତା ପକେଟରେ ପଶି ସୁଖ ନିଦ୍ରାରେ ଶୋଇଛନ୍ତି । କର୍ମୀ କହୁଛନ୍ତି ଆମେ ଆପଣଙ୍କ ସହ ଅଛୁ, ଦଳରେ ନାହୁଁ । ବିଜେଡି ହାରିଛି ଆମେ ଶହେ ଗୁଣ ଖୁସି ବୋଲି କର୍ମୀ କହୁଛନ୍ତି । ଏଥିସହ ନବୀନ ଆମ ନେତା । ସେ ଆଉ କାହା ହାତରେ ଆମକୁ ଟେକିଦେଲେ ଗ୍ରହଣ କରିପାରିବୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି ବଦ୍ରି ପାତ୍ର ।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

    ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି…

    Continue reading
    ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା

    ଭୁବନେଶ୍ଵର : ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା। ଗୁରୁବାର ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କମିଟିରେ ୭୨ ଜଣ ସଦସ୍ୟ ଅଛନ୍ତି । ଏଥିସହ ୩୮ ଜଣ ସ୍ୱତନ୍ତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ