ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ:ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ବିରୋଧୀଙ୍କ ମନରେ ଭୟ ଜାଗିଛି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର କିଛି ଲୋକଙ୍କୁ ବାଧ୍ୟ କରିଦେଲା ଯେ, ସେମାନେ ନିଜ ବିଳାସପୂର୍ଣ୍ଣ ଟାୱାରରୁ ବାହାରି ବିଲ ମୁଣ୍ଡକୁ ଯାଇଛନ୍ତି।

ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି। ଯେଉଁମାନେ ପୂର୍ବରୁ ଦାୟିତ୍ଵ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁ ନ ଥିଲେ ।

ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି । କିନ୍ତୁ ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନଙ୍କ ମନରେ ଭୟ ଜାଗିଛି। ସେମାନେ ବ୍ୟତିବ୍ୟସ୍ତ ହୋଇ ଆଜି ଆଇଭୋରି ଟାୱାରରୁ ବାହାରି ଗାଁ ଦାଣ୍ଡ ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ୱାଧୀନତା ସଂଗ୍ରାମୀ ମଞ୍ଚରୁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ବାସୀ ତାଙ୍କୁ ଲମ୍ବା ସମୟ ଦେଇଥିଲେ । ବିଜେପି ସରକାରର କାର୍ଯ୍ୟ ଧାରାକୁ ଦେଖି ଏବେ ଛାନିଆ ହୋଇ ଯାଇଛନ୍ତି । ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ୬ ମାସରେ ତାହା ପୂରଣ କରିଛୁ. ଆଜି ମନ୍ତ୍ରୀମାନେ ଲୋକସେବା ଭବନ ନୁହେଁ, ଗାଁରେ ବୁଲୁଛନ୍ତି. ଦାନା ବାତ୍ୟା ବେଳେ ମନ୍ତ୍ରୀମାନେ ଲୋକମାନଙ୍କ ସହ ଥିଲେ ମନ୍ତ୍ରୀ । ଲୋକଙ୍କ ଦୁଃଖ ସୁଖ ବୁଝିଥିଲେ। ଆଉ ସମସ୍ୟାର ସମାଧାନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ