ମୁଖ୍ୟମନ୍ତ୍ରୀଙ୍କ କରକମଳରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ୟ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

କଟକ : ଐତିହାସିକ କଟକ ସହରର ବିଡାନାସୀ ମୌଜା ଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ୟ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ନୂତନ କୋଠା ଆମ ଜିଲ୍ଲାର ପ୍ରଶାସନିକ ବିକାଶରେ ଏକ ନୂତନ ଅଧ୍ୟାୟ ସଂଯୋଗ କରିବାକୁ ଯାଉଛି । ଦକ୍ଷ, ସ୍ୱଚ୍ଛ ଓ ନାଗରିକ ଅନୁକୂଳ ସେବା ଯୋଗଇଦେବାରେ ଏହି ନୂତନ କାର୍ୟ୍ୟାଳୟ ନିଶ୍ଚିତ ଭାବରେ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ । ପ୍ରସ୍ତାବିତ ଜିଲ୍ଲାପାଳଙ୍କ ନୂତନ କାର୍ୟ୍ୟାଳୟ ପାଂଚ ମହଲା ବିଶିଷ୍ଟ ହେବ । ଏଥିପାଇଁ ମୋଟ ବ୍ୟୟ ଅଟକଳ ୯୪ କୋଟି ୪୬ ଲକ୍ଷ ୪୪ ହଜାର ଟଙ୍କା ରଖାଯାଇଛି । ଦୁଇ ବର୍ଷ ୬ ମାସ ମଧ୍ୟରେ ନୂତନ କାର୍ୟ୍ୟାଳୟର କାର୍ୟ୍ୟ ଶେଷ ହେବାକୁ ସମୟସୀମା ଧାର୍ୟ୍ୟ କରାଯାଇଛି । ସମୁଦାୟ ୫ ଏକର ୭୦ ଡିସିମିଲ ଜମି ଉପରେ ନିର୍ମାଣ ହେବାକୁ ଥିବା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସମନ୍ୱିତ କୋଠାରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମେତ କଟକ ସଦର ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ କାର୍ୟ୍ୟକ୍ଷମ ରହିବ । ପରବର୍ତୀ ପର୍ୟ୍ୟାୟରେ ଏଠାରେ ତହସିଲ କାର୍ୟ୍ୟାଳୟ, ଉପନିବନ୍ଧକଙ୍କ କାର୍ୟ୍ୟାଳୟ, ରାଜସ୍ୱ ପର୍ଷଦ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ୟ୍ୟାଳୟ ମଧ୍ୟ ନିର୍ମାଣ କରାଯିବ ।

ଏଠାରେ ବିଭିନ୍ନ ବିଭାଗ, ଲାଇବ୍ରେରୀ, କନଫରନେସ ହଲ, କାଫେଟେରିଆ, ୨୦୦ ଲୋକ ବସିପାରିବା ଭଳି ଅଡିଟୋରିଅମ ରଖାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଅତ୍ୟାଧୁନିକ ଭିତିଭୂମୀ ସହ ଏହି ନୂତନ କାର୍ୟ୍ୟାଳୟ ନିର୍ମାଣ କରାଯିବ । ଏଠାରେ ପାର୍କିଂ ପାଇଁ ପର୍ୟ୍ୟାପ୍ତ ସ୍ଥାନ ସହ ଚତୁଃପାଶ୍ୱର୍ରେ ବିଭିନ୍ନ ବୃକ୍ଷରୋପଣ କରାଯାଇ ପରିବେଶ ଅନୁକୂଳ ଭିତିଭୂମୀ ସୁନିଶ୍ଚିତ କରାଯିବ । ଏହି ପ୍ରକଳ୍ପ ଶେଷ ହେବା ଦ୍ୱାରା ଜନସାଧାରଣ ଗୋଟିଏ ସ୍ଥାନରେ ସମସ୍ତ ସରକାରୀ ସେବା ପାଇପାରିବେ । କଟକ ଜିଲ୍ଲାପାଳଙ୍କ ନୂତନ କାର୍ୟ୍ୟାଳୟ ଲୋକଙ୍କ ସେବା ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ୟ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା,ଶ୍ରୀଯୁକ୍ତ ସୁରେଶ ପୂଜାରୀ, ମାନ୍ୟବର ସାଂସଦ (ଲୋକସଭା), କଟକ, ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ, ମାନ୍ୟବର ବିଧାୟକ, ଚୌଦ୍ବାର-କଟକ , ଶ୍ରୀଯୁକ୍ତ ସୌଭିକ ବିଶ୍ବାଳ, ମାନ୍ୟବର ବିଧାୟକ, ବାଙ୍କୀ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ, ମାନ୍ୟବର ବିଧାୟିକା, ବାରବାଟୀ-କଟକ, ଇଂ. ସୋଫିଆ ଫିରଦୋସ, ମାନ୍ୟବର ବିଧାୟକ, କଟକ ସଦର, ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ, ମାନ୍ୟବର ବିଧାୟକ, ମାହାଙ୍ଗା,ଶ୍ରୀଯୁକ୍ତ ସାରଦା ପ୍ରସାଦ ପ୍ରଧାନ, ମାନ୍ୟବର ବିଧାୟକ, ବଡ଼ମ୍ବା,ଶ୍ରୀଯୁକ୍ତ ବିଜୟ କୁମାର ଦଳବେହେରା ଓ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, କଟକଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ