ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ । ମନ୍ଦିର ନୀତିକାନ୍ତି, ପର୍ବପର୍ବାଣୀ ଶୃଙ୍ଖଳିତ ପାଳନ ଏବଂ ପୁରୀ ସହରର ବିକାଶ ତ୍ୱରାନ୍ୱିତ ସମ୍ପର୍କରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ କମିଟି ଗଠନ କରିଥିବାରୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି ।ଶ୍ରୀମନ୍ଦିରର ପରିଚାଳନା କମିଟିର ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ କମିଟି ଗଠନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପରିଚାଳନା କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ଦିର ନୀତିକାନ୍ତି, ପର୍ବପର୍ବାଣୀ କିପରି ଶୃଙ୍ଖଳିତ ଭାବେ ପାଳିତ ହେବ ଏବଂ ପୁରୀ ସହରର ବିକାଶ କିପରି ତ୍ୱରାନ୍ୱିତ ହେବ, ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ମହାପ୍ରଭୁଙ୍କ ସେବା ଓ ମନ୍ଦିର ବିକାଶ କାମରେ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ପରିଚାଳନା କମିଟି ସଦସ୍ୟମାନଙ୍କୁ କହିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ୟ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭକ୍ତ ଓ ପର୍ୟ୍ୟଟକଙ୍କ ପାଇଁ ପୁରୀ ସହରରେ ଅନେକ ସୁବିଧା ଉପଲବ୍ଧ କରାଯିବ ।” ପରିଚାଳନା କମିଟିର ସଦସ୍ୟ ସୁଆର ମହାସଭା କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଠାଧୀଶ ରଘୁବୀର ଦାସ, ପ୍ରତିହାରୀ ନିଯୋଗର ରାମନାରାୟଣ ଗୋଚ୍ଛିକାର, ପୁଷ୍ପାଳକ ନିଯୋଗର ମଧୁସୂଦନ ସିଂହାରୀ ଏବଂ ଜଗନ୍ନାଥ ପୂଜାପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।ଗତ ୨୬ ତାରିଖରେ ପୁନର୍ଗଠନ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣଙ୍କୁ ନେଇ ଗଠନ ହୋଇଥିଲା କମିଟି । ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକଙ୍କ ପକ୍ଷରୁ ଜାରି ହୋଇଥିଲା ବିଜ୍ଞପ୍ତି । ମୁକ୍ତି ମଣ୍ଡପର ଡ଼. ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଧନ ସିଂହାରୀ, ଜଗନ୍ନାଥ ପୂଜା ପଣ୍ଡା, ଗଣେଶ ଦାସମହାପାତ୍ର, ରାମନାରାୟଣ ଗୋଚ୍ଛିକାର, ମଠ ପ୍ରତିନିଧି ରଘୁବୀର ଦାସମହାପାତ୍ର, ପୂର୍ବତନ ଉଇଏ ଗିରିଶ ମୁର୍ମୁ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏ କେ ସାବତ, ମହେଶ କୁମାର ସାହୁଙ୍କୁ ନେଇ ଗଠନ ହୋଇଛି କମିଟି ।

  • Related Posts

    କେନ୍ଦୁପତ୍ର ବିକ୍ରି ବଢ଼ିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,: GST ସ୍ଲାବ୍‌କୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିଲ୍ଲୀରେ ପ୍ରେସ୍‌ମିଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ ହୋଇଛି। କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫…

    Continue reading
    କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

    କଟକ: ଦଶହରାରେ ୬ଟି ବଡ଼ ତୋରଣକୁ କୋର୍ଟଙ୍କ ଅନୁମତି । ଚାଉଳିଆଗଞ୍ଜ, ରାଣୀହାଟ, ମାଲଗୋଦାମ ତୋରଣକୁ ମିଳିଛି ଅନୁମତି । ଶିଖରପୁର, ଖାନନଗର ଓ ବାଦାମବାଡ଼ି ତୋରଣକୁ ମଧ୍ୟ ଅନୁମତି । ସମସ୍ତ ତୋରଣର ମାଜିଷ୍ଟ୍ରେଟସ୍ତରୀୟ ଯାଞ୍ଚ ହେବ । କାଲିଠୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦଳ ଭିତରେ ଧୀରେ ଧୀରେ ଭକ୍ତ ବିରୋଧୀ ସ୍ବର ତେଜିଲାଣି

    ଦଳ ଭିତରେ ଧୀରେ ଧୀରେ ଭକ୍ତ ବିରୋଧୀ ସ୍ବର ତେଜିଲାଣି

    କେନ୍ଦୁପତ୍ର ବିକ୍ରି ବଢ଼ିବ:ମୁଖ୍ୟମନ୍ତ୍ରୀ

    କେନ୍ଦୁପତ୍ର ବିକ୍ରି ବଢ଼ିବ:ମୁଖ୍ୟମନ୍ତ୍ରୀ

    କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

    କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

    ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ :ଆଇନମନ୍ତ୍ରୀ

    ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ  ପ୍ରକ୍ରିୟା ଆରମ୍ଭ :ଆଇନମନ୍ତ୍ରୀ

    କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି: ବିଜେଡ଼ି

    କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି: ବିଜେଡ଼ି

    ବଦଳିଲେ ଦୁଇ ଆଇଆଇସି

    ବଦଳିଲେ ଦୁଇ ଆଇଆଇସି