ନୂଆଦିଲ୍ଲୀ,22।11: ଥାଇଲାଣ୍ଡର ବ୍ୟାଙ୍ଗକକରେ ଆୟୋଜିତ ୭୪ତମ ବିଶ୍ୱ ସୁନ୍ଦରୀ-୨୦୨୫ ପ୍ରତିଯୋଗିତାରେ ମେକ୍ସିକୋ ସୁନ୍ଦରୀ ବାଜି ମାରି ନେଇଛନ୍ତି । ବିଶ୍ୱ ସୁନ୍ଦରୀ-୨୦୨୫ର ବିଷୟବସ୍ତୁ ଥିଲା \”ପ୍ରେମର ଶକ୍ତି\” । ଏଥିରେ ୧୨୧ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମେକ୍ସିକୋର ଫାତିମା ବୋଶ୍ ଚଳିତ ବର୍ଷ ପାଇଁ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ବିଜୟୀ ହୋଇଛନ୍ତି । ୨୦୨୪ର ବିଶ୍ୱ ସୁନ୍ଦରୀ ଡେନମାର୍କର ଭିକ୍ଟୋରିଆ କେଜର୍ ଥେଲବିଗ୍ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି । ଫାତିମାଙ୍କୁ ଶେଷ ପ୍ରଶ୍ନରେ ପଚରାଯାଇଥିଲା, ଆପଣଙ୍କ ହିସାବରେ ୨୦୨୫ ବର୍ଷର ଏକ ମହିଳାଭାବରେ କଣ ଚ୍ୟାଲେଞ୍ଜ ରହିଛି ଏବଂ ଆପଣ ବିଶ୍ୱ ସୁନ୍ଦରୀ ମୁକୁଟର ବ୍ୟବହାର ବିଶ୍ୱର ମହିଳାଙ୍କ ସୁରକ୍ଷା ପାଇଁ କେମିତି କାମ କରିବେ? ଫାତିମା ଉତ୍ତର ରଖିଥିଲେ, “ଜଣେ ମହିଳା ଏବଂ ବିଶ୍ୱ ସୁନ୍ଦରୀଭାବରେ, ମୁଁ ଅନ୍ୟମାନଙ୍କର ସେବା ପାଇଁ ମୋର ସ୍ୱର ଏବଂ ଶକ୍ତି ବ୍ୟବହାର କରିବି କାରଣ ଆଜିକାଲି ଆମେ ଏଠାରେ କଥା ହେବା, ପରିବର୍ତ୍ତନ ଆଣିବା ଏବଂ ସବୁକିଛି ଦେଖିବା ପାଇଁ ଅଛୁ କାରଣ ଆମେ ମହିଳା ଏବଂ ସେହି ସାହସୀ ଲୋକମାନେ ଯେଉଁମାନେ ଠିଆ ହେବେ ସେମାନେ ଇତିହାସ ରଚିବେ । ଏହି ବର୍ଷ ସାଉଦି ଆରବ, ପାଲେଷ୍ଟାଇନ ଏବଂ ମୋଜାମ୍ବିକ ସମେତ ଅନେକ ରାଷ୍ଟ୍ର ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲେ। ସେହିପରି ଭାରତରୁ ମନିକା ବିଶ୍ୱକର୍ମା ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ମନିକା ଶ୍ରେଷ୍ଠ ୧୨କୁ ଅତିକ୍ରମ କରିପାରି ନଥିଲେ ।
‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…


