ମେଡିକାଲ କଲେଜ ଆଡ଼ମିସନ ଫି ବୃଦ୍ଧି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର,18/08: ଓଡ଼ିଶାର ବେସରକାରୀ ମେଡିକାଲ କଲେଜ, ଯେପରିକି ହାଇଟେକ୍ ମେଡିକାଲ କଲେଜ ଏବଂ ଡ୍ରିମ୍ସ ମେଡିକାଲ କଲେଜ, ରେ ହଠାତ୍ ବେଆଇନ୍ ଭାବରେ 200% ଆଡ଼ମିସନ ଫି ବୃଦ୍ଧି ସମ୍ପର୍କରେ ତୁରନ୍ତ ହସ୍ତକ୍ଷେପ ପାଇଁ ଆଜି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ଜୟଦେବ ଭବନ ସମୁଖରେ ମହାସଂଘ କର୍ମକର୍ତ୍ତାଙ୍କ ସହିତ ସାରା ରାଜ୍ୟରୁ ଏହି ନିଷ୍ପତି ଯୋଗୁଁ କ୍ଷତିଗ୍ରସ୍ତ ଆଶାୟୀ ଅନେକ ମେଡିକାଲ ଛାତ୍ର ଓ଼ ସେମାନଙ୍କ ଅଭିଭାବକ ମାନେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ ସହ ସାମ୍ବାଦିକ ମାନଙ୍କୁ ସବୁ ତଥ୍ୟ ପ୍ରକାଶ କରିଛନ୍ତି । ଏହି ନିଷ୍ପତ୍ତି ଅଭିଭାବକ କିମ୍ବା ଅଭିଭାବକ ସଂଗଠନ ସହିତ ପରାମର୍ଶ ନକରି ନିଆଯାଇଛି। ଆଡ଼ମିସନ ପାଇଁ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଅଯଥା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଏହି ବେଆଇନ ସୁପାରିଶ କୁ ଅନୁମୋଦନ ଯୋଗୁଁ ଅଭିଭାବକ ମାନେ ସମ୍ପୂର୍ଣ୍ଣ ହଇରାଣ ହେଵା ସହ କେମିତି କୋଉଠୁ ଏତେ ଅଧିକ ପଇସା ଯୋଗାଡ଼ କରି ଆଡ଼ମିସନ କରିବେ ସେହି ଚିନ୍ତା ରେ ଅଛନ୍ତି । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରାଇଭେଟ ମେଡିକାଲ କଲେଜ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହୋଇଥିବା ଫି ବୃଦ୍ଧି ଘୋଷଣା ବିଜ୍ଞପ୍ତି ଆଜି ଅନେକ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଅସୁବିଧାରେ ପକାଇଛି। ଚଏସ୍-ଫିଲିଂ ଏବଂ ଲକିଂ ପ୍ରକ୍ରିୟା ସମୟରେ ବ୍ରୋଚାର ରେ ଏହି ବୃଦ୍ଧି ପ୍ରକାଶ କରାଯାଇ ନଥିଲା, ଯାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛି ଆଡ଼ମିସନ ପୂର୍ବରୁ ସମ୍ପୂର୍ଣ୍ଣ ଫି ଷ୍ଟ୍ରକଚର ପ୍ରକାଶନ କରିବାକୁ ବାଧ୍ୟତାମୂଳକ କରିଥାଏ। ଏହି ବେଆଇନ ଫିସ ବୃଦ୍ଧି ଯୋଗୁଁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୃଷ୍ଠଭୂମିର ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ସଂଶୋଧିତ ଫି ପୂର୍ବରୁ ଘୋଷଣା କରାଯାଇଥାନ୍ତା, ତେବେ କାଉନ ସେଲିଙ୍ଗ ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀମାନେ ସୁଚିନ୍ତିତ ନିଷ୍ପତ୍ତି ନେଇଥାନ୍ତେ। ତେଣୁ ମୁଖ୍ୟମନ୍ତ୍ରୀ ୧୬ ଅଗଷ୍ଟ ୨୦୨୫ରେ ଘୋଷିତ ଫି ବୃଦ୍ଧି ଗଠନକୁ ପ୍ରତ୍ୟାହାର କରନ୍ତୁ। ସଠିକ ଫିସ ସୁନିଶ୍ଚିତ କରିବା ପରେ,ଚଏସ ଲକିଙ୍ଗର ଏକ ଅତିରିକ୍ତ ପର୍ଯ୍ୟାୟ ପାଇଁ ଅନୁମତି ଦେବାକୁ ମଧ୍ୟ ମହାସଂଘ ଦାବୀ ରଖିଛି । ଏହି ସମସ୍ୟା ଅନେକ ଆକାଂକ୍ଷୀ ଡାକ୍ତର ଏବଂ ସେମାନଙ୍କ ପରିବାରର ଭବିଷ୍ୟତକୁ ଘୋର ପ୍ରଭାବ ପକାଇବ ବୋଲି ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିସୋଇ କହିଛନ୍ତି । ଏହି ମନୋମୁଖୀ ନିଷ୍ପତି ବିରୁଦ୍ଧରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଇନ ଗତ ଲଢେଇ ହେବ ବୋଲି ମହାସଚିବ ଅଶୋକ ପାଇକରାୟ କହିଛନ୍ତି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ