ମେ’ମାସରେ ସରୁଛି ସେନାର ୩ ମୁଖ୍ୟଙ୍କ କାର୍ୟ୍ୟକାଳ

ନୂଆଦିଲ୍ଲୀ:ଦେଶରେ ଶୀର୍ଷ ସୈନ୍ୟ ନେତୃତ୍ୱରେ ଆଗାମୀ ୩ ମାସ ମଧ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପ୍ରକ୍ରିୟା ଆରମ୍ଭରେ ପ୍ରଥମେ ନୂଆ ସିଡିଏସ୍ ନିଯୁକ୍ତ ହେବେ । ଏବେ ସିଡିଏସ ଥିବା ଜେନରାଲ ଅନିଲ ଚୌହାନଙ୍କ କାର୍ୟ୍ୟକାଳ ମେ’ମାସ ୩୦ ତାରିଖରେ ସମାପ୍ତ ହେବାକୁ ଯାଉଛି । ସରକାର ଏପ୍ରିଲ ମାସରେ ନୂଆ ସିଡିଏସଙ୍କ ନାମ ଉପରେ ନିଷ୍ପତ୍ତି ନେବେ । ସିଡିଏସଙ୍କ ବ୍ୟତୀତ ସେନା ପ୍ରମୁଖ, ନୌସେନା ପ୍ରମୁଖ, ଡିଆରଡିଓ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦ ଉପରେ ପରିବର୍ତ୍ତନ କରାଯିବ ।

ସିଡିଏସ ଜେନରାଲ ଅନିଲ ଚୌହାନଙ୍କ ବିସ୍ତାରିତ କାର୍ୟ୍ୟକାଳ ମେ’ ୩୦ ତାରିଖରେ ଶେଷ ହେବ । ସେ ଦେଶର ଦ୍ୱିତୀୟ ସିଡିଏସ ଓ ତାଙ୍କ କାର୍ୟ୍ୟକାଳ ୪ ବର୍ଷ । ମେ’୧୫ ୧୯୬୪ ମସିହାରେ ଜନ୍ମ ହୋଇଥିବା ନୌସେନା ମୁଖଶ ଏଡମିରଲ ଦିନେଶ କୁମାର ତ୍ରିପାଠୀ ବି ମେ’ମାସ ଶେଷ ସୁଦ୍ଧା ୬୨ ବର୍ଷ ପୂରଣ କରୁଛନ୍ତି । ସେହିଭଳି ୧ ଜୁଲାଇ ୧୯୬୪ ରେ ଜନ୍ମିତ ସେନା ପ୍ରମୁଖ ଜେନରାଲ ଉପେନ୍ଦ୍ର ଦ୍ୱିବେଦୀ ଜୁନ ୩୦ ତାରିଖରେ ୬୨ ବର୍ଷ ଅତିକ୍ରମ କରୁଛନ୍ତି ।

ସେପଟେ ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ର ଅଧ୍ୟକ୍ଷ ଡକ୍ଟର ସମୀର କାମତଙ୍କ କାର୍ୟ୍ୟକାଳ ବି ମେ’ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି । ହେଲେ ବାୟୁସେନା ପ୍ରମୁଖ ଏପି ସିଂ ଓ ରକ୍ଷା ସଚିବ ରାଜେଶ କୁମାର ସିଂଙ୍କ ପାଖରେ ଏବେ ବି ସମୟ ରହିଛି । ଏହି ଦୁଇଜଣଙ୍କ କାର୍ୟ୍ୟକାଳ ଚଳିତ ବର୍ଷ ଅକ୍ଟୋବର ମାସରେ ଶେଷ ହେବ । ରକ୍ଷା ମନ୍ତ୍ରଣାଳୟର ସଂଶୋଧିତ ନିୟମ ମୁତାବକ ନୂଆ ସିଡିଏସଙ୍କ ଚୟନ ପ୍ରକ୍ରିୟା ବ୍ୟାପକ ଅଟେ । ତିନି ସେନାର ଏଭଳି ଥ୍ରି ଷ୍ଟାର ଅଧିକାରୀ (ଲେଫ୍ଟନାଣ୍ଟ ଜେନରାଲ, ଏୟାର ମାର୍ଶଲ, ଭାଇସ୍ ଏଡମିରାଲ) ଯେଉଁମାନେ ସେବାରତ ଅଛନ୍ତି କିମ୍ବା ଦୁଇବର୍ଷ ମଧ୍ୟରେ ଅବସର ନେଇଛନ୍ତି, ସେମାନଙ୍କୁ ଗୁରୁତ୍ୱ ଦିଆଯିବ । ହେଲେ ଚୟନ ସମୟରେ ସେମାନଙ୍କ ବୟସ ୬୨ ବର୍ଷରୁ କମ୍ ହୋଇନଥିବା ଦରକାର । ଏନେଇ ସରକାରଙ୍କ ପାଖରେ ଏବେ ୧୫୦ ରୁ ଅଧିକ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି । ସେହିମାନଙ୍କ ମଧ୍ୟରୁ ନୂଆ ସିଡିଏସ୍ ଚୟନ ହୋଇପାରନ୍ତି । କ୍ୟାବିନେଟର ନିଯୁକ୍ତି କମିଟି ଏପ୍ରିଲ ଶେଷରେ ସିଡିଏସଙ୍କ ନାମରେ ମୋହର ଲଗାଇବାର ସମ୍ଭାବନା ରହିଛି ।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ