ମୋଦୀ ସରକାରର ଦିନକାଳ ସରିଆସୁଛି: ଭକ୍ତ

ଦେଶରେ ଗତ କିଛିମାସର ରାଜନୈତିକ ଦୃଶ୍ୟାପଟ୍ଟ ଦେଖିଲେ ସ୍ପଷ୍ଟ ଜାଣିହେଉଛି ଯେ ମୋଦୀ ସରକାରର ଦିନକାଳ ସରିଆସୁଛି। ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ତିଳତିଳ କରି ହତ୍ୟା କରିବା ପାଇଁ ମୋଦୀ-ଶାହ କରୁଥିବା ହୀନ ଚକ୍ରାନ୍ତକୁ ‘ଜେନ୍-ଜି’ ଜବାବ ଦେଉଥିବା ବେଳେ ସେମାନଙ୍କ ଉପରେ ଦମନଲୀଳା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ। କଂଗ୍ରେସ ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଯେପରି ବଳପ୍ରୟୋଗ କରି ଶାନ୍ତିପୂର୍ଣ୍ଣ ଧାରଣାସ୍ଥଳରୁ ଉଠାଇନେବାକୁ ମୋଦୀ-ଶାହ ଇସାରା କରୁଛନ୍ତି, ତାହା କସ୍ମିନ କାଳେ ଗ୍ରହଣୀୟ ନୁହେଁ। ଜନସାଧାରଣ ଏହାର ଜବାବ ଦେବା ନିଶ୍ଚିତ ବୋଲି ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଶ୍ରୀ ଦାସ କହିଛନ୍ତି, ଲୋକପ୍ରିୟତା ହରାଇବା ସତ୍ତ୍ବେ ‘ଭୋଟ୍-ଚୋରି’କୁ ଅସ୍ତ୍ର କରି ମୋଦୀ ନିର୍ବାଚନ ଜିତୁଛନ୍ତି ବୋଲି ଶ୍ରୀ ଗାନ୍ଧି ତିନିବର୍ଷ ହେଲା କହିଆସୁଛନ୍ତି। ନିକଟରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସମସ୍ତ କୁକର୍ମ ପ୍ରଘଟ ହେବା ପରେ ଏହା ପ୍ରମାଣିତ ହୋଇଛି। ସଂସଦୀୟ ଗଣତନ୍ତ୍ରରେ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ‘ଛାୟା ପ୍ରଧାନମନ୍ତ୍ରୀ’ ଭାବେ ଗଣାଯାଏ। ତାଙ୍କ ବିରୋଧରେ ପୁଲିସ ଲଗାଇ ଆତଙ୍କରାଜ ସୃଷ୍ଟିର ଉଦ୍ୟମକୁ ଆଦୌ ବରଦାସ୍ତ କରାଯିବ ନାହିଁ।

ଶ୍ରୀ ଦାସ ଆହୁରି କହିଛନ୍ତି, ୧୦ ଅକ୍ଟୋବର ଯନ୍ତରମନ୍ତରରେ ଧାରଣା ଦେବାପାଇଁ ଜେନ୍‌-ଜି ଗୋଷ୍ଠୀ ବହୁ ପୂର୍ବରୁ ଘୋଷଣା କରିଥିଲେ। ମୋଦୀ ସରକାର ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଯେଭଳି ହୀନ ପଦକ୍ଷେପମାନ ନେଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ରାହୁଲ ଗାନ୍ଧି ଓ ଜେନ୍‌-ଜି ଉପରେ ପୁଲିସର ଅତ୍ୟାଚାରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୋଦୀ ସରକାର ଡରିଯାଇଛନ୍ତି। ଏକଛତ୍ରବାଦୀ ଶାସକମାନଙ୍କର ଚରିତ୍ର ହେଲା ସେମାନେ ଜନମତକୁ ଦବାଇବାକୁ ଚେଷ୍ଟା କରନ୍ତି। ଉପରେ ସାହସୀ ଦେଖେଇହୁଅନ୍ତି; କିନ୍ତୁ ଆଚରଣରୁ ସେମାନେ ଭୀରୁ ବୋଲି ସ୍ପଷ୍ଟ ଜଣାପଡେ। ଯେଉଁ ସାମାଜିକ ଗଣମାଧ୍ୟକୁ ଆୟୁଧ କରି ଦେଶରେ ମିଛ ଓ ଘୃଣାର ବାତାବରଣ ମୋଦୀ ସରକାର ପ୍ରସାର କରିଆସୁଛନ୍ତି, ଏବେ ତା’ଜାଲରେ ବିଜେପି ନିଜେ ପଡ଼ିବ। ମୋଦୀଙ୍କ ମିଛ ଧରାପଡ଼ିଗଲାଣି। କିଛିଦିନ ହେଲା ସାମାଜିକ ଗଣମାଧ୍ୟମରେ କୋଟିକୋଟି ନିରପେକ୍ଷ ଜନତା ମୋଦୀ ଓ ତାଙ୍କ ଦଳ ବିଜେପିକୁ ଯେଭଳି କଡ଼ା ସମାଲୋଚନା କରୁଛନ୍ତି, ସେଥିରୁ ସେମାନେ ଦେଶ କ’ଣ ଚାହୁଛି ବୁଝିଯିବା ଉଚିତ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ କହିସାରିଲେଣି, ଛୋଟ କଥାଟି ପାଇଁ ହାତୁଡ଼ି ବ୍ୟବହାର ଜରୁରି ନହେଁ। ଜେନ୍-ଜି ରାଲିକୁ ଭଣ୍ଡୁର କରିବା ପାଇଁ ଟ୍ରେନ୍-ମେଟ୍ରୋ ଆଦି ବାତିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। କ୍ଷମତା ଗର୍ବରେ ଅନ୍ଧ ହୋଇଯାଇଥିବା ମୋଦୀ-ଶାହ ଯେତେ ଶିଘ୍ର ପ୍ରକୃତିସ୍ଥ ହେବେ ଦେଶ ପାଇଁ ସେତେ ଭଲ ବୋଲି ଶ୍ରୀ ଦାସ କହିଛନ୍ତି।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ