ମୋର ସ୍ପର୍ମ ନିଅନ୍ତୁ, ମାଗଣାରେ ଆଇଭିଏଫ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ’ : ଟେଲିଗ୍ରାମ ସିଇଓଙ୍କ ନିଆରା ଅଫର୍‌

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଟେଲିଗ୍ରାମ୍‌ ଆପ୍‌ର ସିଇଓ ପାଭେଲ୍‌ ଡ୍ୟୁରୋଭ। ନିକଟରେ ସେ ୧୦୦ରୁ ଅଧିକ ପିଲାଙ୍କ ଜୈବିକ ପିତା ବୋଲି କହି ବିଶ୍ୱକୁ ଚମକାଇଥିଲେ। ଏବେ ସେ ମହିଳାମାନଙ୍କୁ ସହାୟତା କରିବା ଲାଗି ନିଆରା ଅଫର ଦେଇଛନ୍ତି। ତାଙ୍କ ଶୁକ୍ରାଣୁ ବ୍ୟବହାର କରିବାକୁ ଇଚ୍ଛୁକ ଥିବା ମହିଳାମାନଙ୍କୁ ଡ୍ୟୁରୋଭ୍‌ ମାଗଣା ଆଇଭିଏଫ୍‌ ଚିକିତ୍ସାର ଅଫର ଦେଇଛନ୍ତି। ମସ୍କୋସ୍ଥିତ ଅଲଟ୍ରାଭିଟା ଫର୍ଟିଲିଟି କ୍ଲିନିକ୍‌ ସହଯୋଗରେ ସେ ବ୍ୟକ୍ତିଗତ ଭାବେ ଏହି ସମଗ୍ର ପ୍ରକ୍ରିୟାର ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।

କ୍ଲିନିକର ୱେବସାଇଟ୍‌ରେ ତାଙ୍କର ନିଆରା ଅଫର ବିଷୟରେ ସୂଚନା ଦେଇ ସିଇଓ କହିଛନ୍ତି, ଏହି ଅଫର ହେଉଛି ବିଶ୍ୱର ଲୋକପ୍ରିୟ ତଥା ସଫଳ ଶିଳ୍ପପତି ପାଭେଲ ଡୁରୋଭଙ୍କ ଶୁକ୍ରାଣୁ ବ୍ୟବହାର କରି ମା’ ହେବାର। କିନ୍ତୁ ଏଥିପାଇଁ ତୁମର ବୟସ ୩୭ ବର୍ଷରୁ କମ ହେବା ଉଚିତ। ଏହି ଅଫର ସୀମିତ ସମୟ ପାଇଁ ଅଟେ। ସର୍ତ୍ତ ହେଉଛି ଯେ ଆପଣ କେବଳ ଆମର କ୍ଲିନିକରେ ଏହି ସୁବିଧା ପାଇବେ। ଡୁରୋଭ କହିଛନ୍ତି ଯେ ଏହା ପଛରେ ତାଙ୍କର ଅନ୍ୟ ଉଦ୍ଦେଶ୍ୟ ନାହିଁ। ସେ କେବଳ ଲୋକଙ୍କୁ ପରିବାର ବଢ଼ାଇବାରେ ସାହାଯ୍ୟ କରିବାକୁ ଚାହାଁନ୍ତ। ଅଲଟ୍ରାଭିଟା ଫର୍ଟିଲିଟି କ୍ଲିନିକ କହିଛି ଯେ ଏଥିରେ ସମ୍ପୃକ୍ତ ମହିଳାମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଯେଉଁଥିରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ଇଚ୍ଛୁକ ମହିଳାମାନେ ଯୋଗାଯୋଗ କରିପାରିବେ ଏବଂ ପରାମର୍ଶ ପାଇଁ ନିଯୁକ୍ତି ନେଇପାରିବେ।

ପାଭେଲ ଡୁରୋଭ ୧୦୦ ରୁ ଅଧିକ ପିଲାଙ୍କ ପିତା!

ପୂର୍ବରୁ ସିଇଓ ଡୁରୋଭ ପ୍ରକାଶ କରିଥିଲେ ଯେ ଗତ ୧୫ ବର୍ଷ ମଧ୍ୟରେ ତାଙ୍କ ଶୁକ୍ରାଣୁରୁ ୧୦୦ରୁ ଅଧିକ ପିଲା ଜନ୍ମ ହୋଇଛନ୍ତି। ଏହା ପରେ ସେ ଆହୁରି ମଧ୍ୟ କହିଥିଲେ ଯେ ୧୫ ବର୍ଷ ପୂର୍ବେ ତାଙ୍କର ଜଣେ ବନ୍ଧୁଙ୍କ ଅନୁରୋଧକୁ ରଖିବାକୁ ଯାଇ ସେ କିପରି ଶୁକ୍ରାଣୁ ଦାତା ହୋଇଥିଲେ। ବିବାହ ନ କରି ବି ଶହେ ସନ୍ତାନର ଜୈବିକ ପିତା ହୋଇଛନ୍ତି।

ଡୁରୋଭ କହିଥିଲେ, ତାଙ୍କର ଜଣେ ବନ୍ଧୁଙ୍କ ଫର୍ଟିଲିଟି(ପ୍ରଜନନ) ପ୍ରଜନନ ସମସ୍ୟା ରହିଥିଲା। ସେ ସନ୍ତାନ ପ୍ରସବ କରିବାକୁ ସକ୍ଷମ ନ ଥିଲେ। ଏପରି ପରିସ୍ଥିତିରେ ବନ୍ଧୁ ତାଙ୍କୁ ଶୁକ୍ରାଣୁ ଦାନ କରିବାକୁ ଅନୁରୋଧ କରିଥିଲେ। ପ୍ରଥମେ ସେ ଏହାକୁ ହାସ୍ୟାସ୍ପଦ ବୋଲି ଭାବିଥିଲେ। ପରେ ସେ ସାହାଯ୍ୟ କରିବାକୁ ସ୍ଥିର କରିଥିଲେ। ଏହା ପରେ ବି ସେ ଶୁକ୍ରାଣୁ ଦାନ ଜାରି ରଖିଥିଲେ। ୨୦୨୪ ସୁଦ୍ଧା ୧୨ ଟି ଦେଶରେ ତାଙ୍କ ଶୁକ୍ରାଣୁରୁ ୧୦୦ ରୁ ଅଧିକ ପିଲା ଜନ୍ମ ହୋଇଥିବା ସେ କହିଥିଲେ।

Related Posts

ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

Continue reading
ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ