ମୋହାଲିରେ ମାଟିତଳେ ଚାଲିଛି ଜୀବନର ସନ୍ଧାନ

ପଞ୍ଜାବ ମୋହାଲିର ସୋହାନା ଗାଁରେ ଶନିବାର ୩ ମହଲା ବିଲ୍ଡିଂ ଭୁଶୁଡ଼ି ପଡିଥିଲା । ଆଜି ଭଗ୍ନାବଶେଷ ତଳୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ହିମାଚଳ ପ୍ରଦେଶର ଜଣେ ୨୦ ବର୍ଷୀୟ ଯୁବତୀ ଅଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । କାର୍ଯ୍ୟକାରୀ ଡେପୁଟି କମିଶନର ବିରଜ ଏସ୍‌ ତିଡକେ କହିଛନ୍ତି ଯେ ଥିଓଗ ବାସିନ୍ଦା ଦୃଷ୍ଟି ବର୍ମାଙ୍କୁ ଗୁରୁତର ଅବସ୍ଥାରେ ଆବର୍ଜନା ଭିତରୁ ବାହାର କରି ସୋହାନା ଡାକ୍ତରଖାନାକୁ ନିଆଯାଇଥିଲା ।

ତେବେ ଆହତ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛିବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗି ପଡିଛନ୍ତି । ସେପଟେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ସେପଟେ ଏହି ଘଟଣାରେ ଘର ମାଲିକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ମୋହାଲି ବରିଷ୍ଠ ପୁଲିସ ଅଧୀକ୍ଷକଦୀପକ ପାରିକ କହିଛନ୍ତି ଯେ ବିଲଡିଂ ମାଲିକ ପାରବିନ୍ଦର ସିଂହ ଏବଂ ଗଗନଦୀପ ସିଂହଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି ।

ଆବର୍ଜନା ହଟାଇବା ପାଇଁ ଅନେକ ଅତ୍ୟାଧୁନିକ ଯନ୍ତ୍ର ନିୟୋଜିତ କରାଯାଇଛି।ଜଣେ ଅଧିକାରୀଙ୍କ କହିବା ଅନୁସାରେ ଭାଙ୍ଗି ଯାଇଥିବା କୋଠାର ସମସ୍ତ ତିନି ମହଲାରେ ଏକ ରୟାଲ୍‌ ଜିମ ଚାଲିଥିଲା । ଘଟଣା ସମୟରେ ଲୋକମାନେ ଜିମରେ ଅନେକ ଲୋକ ବ୍ୟାୟାମ କରୁଥିବା ସନ୍ଦେହ କରାଯାଉଛି, ତେଣୁ ମୃତ୍ୟୁ ସଂଖ୍ୟ ଆଗକୁ ବଢ଼ିପାରେ ବୋଲି କୁହାଯାଉଛି। ତେବେ କେଉଁ କାରଣରୁ କୋଠା ଭୁଶୁଡ଼ିଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

  • Related Posts

    ବାର୍ଷିକ ବେଦ ସମ୍ମିଳନୀ ଓ ୨୦୨ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ

    ବାରାଇକିଆ: କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମାମାହା ବାଲିଗାଡ଼ା ଗ୍ରାମରେ ବେଦଜ୍ୟୋତି ଆର୍.କେ.ବି. କ୍ଲଷ୍ଟର ଆର୍ଯ୍ୟସମାଜ, ବାଲିଗୁଡ଼ା ଉପଖଣ୍ଡ ପକ୍ଷରୁ ବାର୍ଷିକ ବେଦ ସମ୍ମିଳନୀ ସହ ୨୦୨ କୁଣ୍ଡୀୟ ରାଷ୍ଟ୍ରରକ୍ଷା, ଧର୍ମରକ୍ଷା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅତ୍ୟନ୍ତ ଭବ୍ୟ ଓ…

    Continue reading
    କୂଅ ସଫା କରୁଥିବା ବେଳେ ଜଣେ ମୃତ

    ଆଳି: କୂଅସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ ୨ ଗୁରୁତର। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ ଘଟିଛି ଏ ଅଘଟଣ।ଗାଁର ସୁକାନ୍ତ ପରିଡ଼ାଙ୍କର କୂଅ ସଫାକରିବା କରିବା ପାଇଁ ସକାଳେ ୩ଜଣ ଶ୍ରମିକ ଆସିଥିଲେ।ପ୍ରଥମେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ