ଯଦି ଘୋଷଣାନାମା ଦେବାରେ ରାହୁଲ ବିଫଳ ହୁଅନ୍ତି ତେବେ ଦେଶ ନିକଟରେ କ୍ଷମା ମାଗିବାକୁ ପଡିବ: ଇସି

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ଆଣିଥିବା ଭୋଟ ଚୋରି ଅଭିଯୋଗକୁ ନେଇ ସମସ୍ୟାରେ ପଡିଛନ୍ତି। ରାହୁଲ ଯେଉଁ ଭୋଟ ଚୋରି ଅଭିଯୋଗ କରିଛନ୍ତି ସେ ସମ୍ପର୍କରେ ଆବଶ୍ୟକ ଘୋଷଣାନାମା ଦେବାକୁ ଇସି ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ନିଜର ଅଭିଯୋଗ ସମ୍ପର୍କରେ ଧାର୍ୟ୍ୟ ନିୟମ ଅନୁଯାୟୀ ଯଦି ଘୋଷଣାନାମା ଦେବାରେ ରାହୁଲ ବିଫଳ ହୁଅନ୍ତି ତେବେ ତାଙ୍କୁ ଦେଶ ନିକଟରେ କ୍ଷମା ମାଗିବାକୁ ପଡିବ। ନିର୍ବାଚନ ଆୟୋଗ କହିଛନ୍ତି ଯେ ପ୍ରତ୍ୟେକ କାର୍ୟ୍ୟ ଧାର୍ୟ୍ୟ ନିୟମ ଅନୁଯାୟୀ କରିବାକୁ ହୋଇଥାଏ। ଯଦି ଧାର୍ୟ୍ୟ ନିୟମ ଅନୁଯାୟୀ କାର୍ୟ୍ୟ ସମ୍ପାଦିତ ନହୋଇ ଅନ୍ୟ ଉପାୟରେ କରାଯାଏ ତେବେ ଏଥିପାଇଁ ଯେଉଁ ଅଭିଯୋଗ ହେବ ତାହା ନିୟମ ଅନୁଯାୟୀ ହେବା ଦରକାର। ନିର୍ବାଚନ ଆୟୋଗ ଯଦି କୌଣସି ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ଦିଅନ୍ତି କିମ୍ବା କୌଣସି ଅବୈଧ ବ୍ୟକ୍ତିଙ୍କୁ ତାଲିକାରେ ସାମିଲ କରିଥାନ୍ତି ଏସମ୍ପର୍କରେ ନିର୍ବାଚନ ପରିଚାଳନା ନିୟମ ଅନୁଯାୟୀ ଅଭିଯୋଗ କରିବାକୁ ହେବ। ଅଭିଯୋଗ ଆଧାରରେ ଏହାର ସମାଧାନ କରାଯିବ। ଆଉ ଯଦି ରାହୁଲ ମିଥ୍ୟା ଅଭିଯୋଗ କରିଥାନ୍ତି ତେବେ ସେ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବା ଦରକାର। ଗୁରୁବାର ରାହୁଲ ଅଭିଯୋଗ କରିଥିଲେ ଯେ ଗତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଭୋଟ ଜାଲିଆତି ହୋଇଥିଲା। ଭୋଟ ଜାଲିଆତି ଯୋଗୁଁ କଂଗ୍ରେସ ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ଆସନରେ ପରାସ୍ତ ହୋଇଥିଲା।

ରାହୁଲଙ୍କ ଭୋଟ ଚୋରି ଅଭିଯୋଗକୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମର୍ଥନ କରିଛନ୍ତି। ଏହା ସହିତ ନିର୍ବାଚନ ଆୟୋଗ ରାହୁଲଙ୍କୁ ଘୋଷଣାନାମା ଦାଖଲ କରିବାକୁ ଯେଉଁ ନିର୍ଦେଶ ଦେଇଛନ୍ତି ତାକୁ ପ୍ରିୟଙ୍କା ନିନ୍ଦା କରିଛନ୍ତି। ସଂସଦ ଭବନ ପରିସରରେ ସାମ୍ବାଦିକଙ୍କୁ ପ୍ରିୟଙ୍କା କହିଛନ୍ତି ଯେ ଇସି ନିର୍ବାଚନରେ ହୋଇଥିବା ଅନିୟମିତତା ସମ୍ପର୍କିତ ଅଭିଯୋଗକୁ ଏଡାଇଯିବାକୁ ଚାହୁଁଛନ୍ତି। ଅଭିଯୋଗର ସମାଧାନ ପରିବର୍ତ୍ତେ ଏହାର ସତ୍ୟପାଠ ମାଗୁଛନ୍ତି। ଇସି ଅନୁଭବ କରୁଛନ୍ତି ଯେ ସେ କେବଳ ବିଜେପି ନିକଟରେ ଉତ୍ତରଦାୟୀ। ଇସିଙ୍କ ଏପରି ଭାବନା ଠିକ୍ ନୁହେଁ। ଏପରି ହେଲେ​‌ ଦେଶର ଗଣତନ୍ତ୍ର ଧ୍ବଂସ ହୋଇଯିବ।

  • Related Posts

    ରେଳବାଇର ପାର୍ବଣ ଅଫର : ଏକାସଙ୍ଗେ ଯା’ଆସ ଟିକଟ ବୁକିଂରେ ୨୦% ରିଆତି

    ନୂଆଦିଲ୍ଲୀ : ଦୀପାବଳି ଏବଂ ଅନ୍ୟ ପାର୍ବଣ ଋତକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏକାସଙ୍ଗେ ଯିବା ଏବଂ ଆସିବା ଟିକଟ ବୁକିଂ କଲେ ୨୦ ପ୍ରତିଶତ ରିଆତି ମିଳିବ ବୋଲି ଘୋଷଣା କରାଯାଇଛି।…

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନ(ହଳଦିଆ…

    Leave a Reply

    Your email address will not be published. Required fields are marked *

    You Missed

    Aishwarya Rai, Abhishek Bachchan& Aaradhya’s rare appearance at Mumbai airport goes viral

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    SUM Ultimate Medicare Hosts Landmark CME on Male Sexual Dysfunction and Male Infertility – AndroXcell 2025

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ