ଭୁବନେଶ୍ୱର, ୦୯/୧୦: ବିଏମସି ଯୋଗାଣ ଉପ ବିଭାଗ ଦ୍ୱାରା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ଘରୋଇ ରନ୍ଧନ ଗ୍ୟାସର କଳାବଜାରୀଙ୍କ ଉପରେ ଚଢ଼ାଉ କରାଯାଇଛି । ଘରୋଇ ରନ୍ଧନ ଗ୍ୟାସ କଳାବଜାରୀ କରିବା ସହ ଚଢା ମୂଲ୍ୟରେ ଅବୈଧ ବିକ୍ରି କରାଯାଉଥିବା ନେଇ ଏହି ଅଞ୍ଚଳରେ ଅଭିଯୋଗ ହେଉଥିଲା । ଏ ସମ୍ପର୍କିତ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ଚଢ଼ାଉ କରାଯାଇଛି । ଉକ୍ତ ଚଢ଼ାଉ ସମୟରେ ୪୬ଟି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଏହି ଚଢ଼ାଉ ସମୟରେ ଅତିରିକ୍ତ ବିଏମସି ଯୋଗାଣ ଅଧିକାରୀ ଶ୍ରୀ ରୋହିତ କୁମାର ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ବିଏମସିର ଯୋଗାଣ ନିରୀକ୍ଷକ ଶ୍ରୀ ଦୀପ୍ତି ରଞ୍ଜନ ଇନ୍ଦ୍ର ସିଂ, ଶ୍ରୀ ଯତୀନ କୁମାର ରାଉତ ଓ ଅଲିଭା ଦାଶ ପ୍ରମୁଖ ସହଯୋଗ କରିଥିଲେ l
୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା
ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…




