ରଥଯାତ୍ରା ମହାବିଭ୍ରାଟ ତଦନ୍ତ କାର୍ୟ୍ୟରତ ବିଚାରପତିଙ୍କ ଦ୍ଵାରା କରାଯାଉ : କଂଗ୍ରେସ

ଭୁବନେଶ୍ବର :କଂଗ୍ରେସ ଭବନରେ ସଂପ୍ରତି ତିନୋଟି ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପୁରୀ ରଥଯାତ୍ରାରେ ମହା ବିଭ୍ରାଟ, ବିଏମସି ଅତିରିକ୍ତ କମିସନରଙ୍କୁ ବିଜେପି କର୍ମୀଙ୍କ ମାଡ ତଥା ଆଇପିଏସ ଅଧିକାରୀଙ୍କ ଦଳୀୟ ପ୍ରୀତିକୁ ନେଇ ଶ୍ରୀ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀ ସରକାରୀ ପ୍ରସ୍ତୁତି କଥା କହିଲେ। ହେଲେ ବିଜେପି ଦଳର ୧୫ଶହ କର୍ମକର୍ତ୍ତା ରଥରେ ସାମିଲ ହେବେ, ସେ କଥା କାହିଁକି କହିଲେ ନାହିଁ? ରଥଟଣା ସମୟରେ ବିଜେପି କର୍ମୀ ମାନେ ଅବ୍ୟବସ୍ଥା କଲେ। ରଥଯାତ୍ରାକୁ କେବଳ ଦଳୀୟ ଉତ୍ସବ କରିବା ପାଇଁ ବିଜେପି ଏମିତି କଲା। ଭିଡ଼ ନିୟନ୍ତ୍ରଣକୁ ପ୍ରଶାସନ ଗୁରୁତ୍ବ ନଦେଇ ଭିଆଇପିଙ୍କୁ ଗୁରୁତ୍ବ ଦେଲେ। ଯେଉଁଠି ପାଇଁ ବିଭ୍ରାଟ ହୋଇଛି। ସାରା ବିଶ୍ବରେ ଚର୍ଚ୍ଚା ହେଲା। ଜଗନ୍ନାଥଙ୍କୁ ଗୌଣ କରିଦେଲେ ସରକାର। ରଥଯାତ୍ରା ମହାବିଭ୍ରାଟ ପାଇଁ ଜଣେ କାର୍ୟ୍ୟରତ ବିଚାରପ୍ରତିଙ୍କ ଦ୍ଵାରା ତଦନ୍ତ କରାଯାଉ। ଉନ୍ନୟନ କମିଶନଙ୍କ ତଦନ୍ତରେ କିଛି ସୁଫଳ ମିଳିବନି। ଯିଏ କମିଟିର ସଦସ୍ୟ, ସେ କିପରି ତଦନ୍ତ କରିବେ। ଓଡିଆ ଅସ୍ମିତା ଓ ଓଡ଼ିଆ ପ୍ରାଣ ଦେଵତା କ’ଣ ନ୍ୟାୟ ପାଇବେ ଏହି ତଦନ୍ତରୁ? ବିଚାରପ୍ରତିଙ୍କ ଦ୍ଵାର ତଦନ୍ତ କରାଗଲେ ନ୍ୟାୟ ମିଳିବ।
ବିଏମସିର ଅତିରିକ୍ତ କମିଶନଙ୍କୁ ବିଜେପି କର୍ମୀ ମାଡ଼ ମାରିବା ଘଟଣାକୁ ନେଇ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ।ବିଏମସିରେ ଜନଶୁଣାଣି ଚାଲିଥିବା ବେଳେ ବିଜେପିର ଜଣେ କର୍ପୋରେଟର ଓ ୧୦ ଜଣ କର୍ମୀ ଅତିରିକ୍ତ କମିଶନରଙ୍କୁ ମାଡ ମାରିଲେ। ମାଡ଼ ମାରିଥିବା କର୍ମୀମାନେ କହୁଥିଲେ ଭୁବନେଶ୍ୱର ମଧ୍ୟମ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜନଶୁଣାଣିକୁ କାହିଁକି ଡାକିଲେ ନାହିଁ। ଜଣେ ପରାଜିତ ପ୍ରାର୍ଥୀଙ୍କୁ କାହିଁକି ଜନଶୁଣାଣିରେ ଡାକିବେ ଅଧିକାରୀ? ସରକାରୀ ଅଧିକାରୀ ମାନେ ଗୁଲାମ ହେଲେଣି ବିଜେପି ନେତାଙ୍କର କ୍ଷ କାରଣ ମୁଖ୍ୟମନ୍ତ୍ରୀ ନିଜେ ସରକାରୀ କାର୍ୟ୍ୟକ୍ରମରେ ଜିଲ୍ଲା ସଭାପତି ଓ କର୍ମୀମାନଙ୍କୁ ବସାଉଛନ୍ତି। ପୂରା ଓଡ଼ିଶାରେ ଆଜି ଏପରି ପରିସ୍ଥିତି ହେଇଛି। ସରକାରୀ ଅଧିକାରୀଙ୍କୁ ବିଜେପିକରଣ କରିବାକୁ ଶାସକ ଦଳ ଚାହୁଛି। ଏଥିରେ ଲୋକମାନେ ନ୍ୟାୟ ପାଇବେ ନାହିଁ। ପୂରା ଓଡ଼ିଶାରେ ସରକାରୀ ଅଧିକାରୀ ମାନେ ଆଜି ଅପମାନିତ ହୋଇଛନ୍ତି। ଓଡିଶାରୁ ସରକାରୀ ଅଧିକାରୀ ମାନଙ୍କୁ କ୍ଷମା ମାଗନ୍ତୁ ସରକାର କ୍ଷ ବିଜେପିର ପରାଜିତ ପ୍ରାର୍ଥୀଙ୍କୁ ଗିରଫ କରାଯାଉ କ୍ଷ କିଏ କେଉଁଠିକୁ ଯିବ ସେମାନେ ପାଇଁ ଆଡଭାଇଜର ଜାରି କରନ୍ତୁ ସରକାର। ପୂରା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ଘଟଣାରେ ସମ୍ପୂର୍କ୍ତ ସମସ୍ତ ଦୃର୍ବୁତ୍ତଙ୍କୁ ତୁରନ୍ତ ଗିରଫ କରାଯାଉ।
ବରିଷ୍ଠ ଆଇପିଏସ ଅଧିକାରୀ କଂଗ୍ରେସ କର୍ମୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ପିସିସି ସଭାପତିଙ୍କ ଟାର୍ଗେଟ।ତୁରନ୍ତ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପୋଲିସ ବିଭାଗରୁ ବିଦା କରାଯାଉ। ପୋଲିସ ପୋଷାକ ପିନ୍ଧି ଯିଏ ସମ୍ବିଧାନ ଓ ପୋଷାକକୁ ଅପମାନିତ କରିଛନ୍ତି ତାଙ୍କୁ ତୁରନ୍ତ ଚାକିରିରୁ ବିଦା କରାଯାଉ। ନହେଲେ ବିଜେପି ସରକାର ଗୁଣ୍ଡାରାଜର ସରକାର ବୋଲି ପ୍ରମାଣିତ ହେଉଛି। ବିଜେପିର ଯଦି ଏତେ ଚାମଚାଗିରି କରିବାକୁ ଚାହୁଛନ୍ତି, ତେବେ ସେ ଚାକିରି ଛାଡି ବିଜେପିରେ ସାମିଲ ହୋଇଯାଆନ୍ତୁ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ସନ୍ତୋଷ ସିଂହ ସାଲୁଜା, ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ ଓ ମୁଖପାତ୍ର ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ