ରାଜସ୍ଥାନର ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫

ନୂଆଦିଲ୍ଲୀ,19/09:ରାଜସ୍ଥାନର ଶ୍ରୀଗଙ୍ଗାନଗରର ବାସିନ୍ଦା ୨୩ ବର୍ଷୀୟା ମନିକା ବିଶ୍ୱକର୍ମା ହୋଇଛନ୍ତି ଚଳିତ ବର୍ଷର ମିସ୍ ୟୁନିଭର୍ସ ଇଣ୍ଡିଆ। ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି। ସେ ସୋମବାର ଅଗଷ୍ଟ ୧୮ରେ ଏହି ସମ୍ମାନଜନକ ମୁକୁଟ ଜିତିଥିଲେ। ଏହି ଟାଇଟଲ ପାଇଁ ସାରା ଦେଶରୁ ୪୮ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ପରେ, ରାଜସ୍ଥାନର ମନିକା ବିଶ୍ୱକର୍ମା ବିଜୟୀ ହୋଇଥିଲେ। ଏହା ସହ ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ ଅପ୍, ହରିୟାଣାର ମେହକ ଢ଼ିଙ୍ଗରା ଦ୍ୱିତୀୟ ରନର୍ସ ଅପ୍ ଏବଂ ଅମିଶୀ କୌଶିକ ତୃତୀୟ ରନର୍ସ ଅପ୍ ହୋଇଥିବା ଜଣାଯାଇଛି। ମନିକା ୨୦୨୪ ମସିହାରେ ମିସ୍ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେବ୍ୟୁ କରିଥିଲେ। ତାଙ୍କର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସଫଳତା ବ୍ୟତୀତ, ମନିକା ନ୍ୟୁରୋନୋଭାର ପ୍ରତିଷ୍ଠାତା ମଧ୍ୟ। ଏହା ବ୍ୟତୀତ ମନିକା ବୈଦେଶିକ ମନ୍ତ୍ରାଳୟ ଅଧୀନରେ ଥିବା ବିମ୍ସଟେକ୍ ସେବୋକନରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କୁ ଲଳିତ କଳା ଏକାଡେମୀ ଏବଂ ଜେଜେ ସ୍କୁଲ ଅଫ୍ ଆର୍ଟସ୍ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଛି। ଏହା ସହ ସେ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ମନିକା ଏବେ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବେ, ଯାହା ନଭେମ୍ବର ୨୧, ୨୦୨୫ରେ ଥାଇଲ୍ୟାଣ୍ଡର ପାକ୍ କ୍ରେଟ୍‌ସ୍ଥିତ ଇମ୍ପ୍ୟାକ୍ଟ ଚ୍ୟାଲେଞ୍ଜର ହଲରେ ଅନୁଷ୍ଠିତ ହେବ। ରାଜସ୍ଥାନର ଜୟପୁରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମନିକା ବିଶ୍ୱକର୍ମାଙ୍କୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ପିନ୍ଧାଇଥିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜୟିନୀ ରିଆ ସିଂହା। ସେ ତାଙ୍କୁ ମିଳିଥିବା ମୁକୁଟ ମନିକାଙ୍କୁ ପିନ୍ଧାଇଥିଲେ। ଜୁରି ସଦସ୍ୟମାନଙ୍କ ମଧ୍ୟରେ ମିସ୍ ୟୁନିଭର୍ସ ଇଣ୍ଡିଆର ମାଲିକ ନିଖିଲ ଆନନ୍ଦ, ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା, ପ୍ରସିଦ୍ଧ ବଲିଉଡ୍ ଷ୍ଟାଇଲିଷ୍ଟ ଅସଲେ ରୋବେଲୋ, ବଲିଉଡ୍‌ର ପ୍ରସିଦ୍ଧ ଲେଖକ-ନିର୍ଦ୍ଦେଶକ ଫରହାଦ ସାମଜୀଙ୍କ ଭଳି ଲୋକପ୍ରିୟ ନାମ ସାମିଲ ଥିଲେ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ଲୁହା କଡେ଼ଇରେ ଖାଦ୍ୟ ରାନ୍ଧୁଥିଲେ ସାବଧାନ !

    ରୋଷେଇ କରିବା ସମୟରେ ଜାଣତରେ କିମ୍ବା ଅଜାଣତରେ ଆମେ ଅନେକ ଭୁଲ୍ କରିଥାଉ । ଏହି ଭୁଲ୍ ଗୁଡିକ ମଧ୍ୟରୁ କେତେକ ଏପରି ଅଛି ଯାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହି କାରଣରୁ ଯେତେବେଳେ ବି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ