ରାଜ୍ୟ କ୍ୟାବିନେଟ: ୪ ବିଭାଗର ୫ ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ୨୩ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବରେ ମୋହର ବାଜିଛି। ଜଳସମ୍ପଦ ବିଭାଗର ୧, ଗଝଗଋ ବିଭାଗର ୧, ଆଇନ ବିଭାଗର ୨ ଏବଂ ଅର୍ଥ ବିଭାଗର ୧ ପ୍ରସ୍ତାବ ଗୃହୀତ ହୋଇଛି। ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଡି ବନ୍ଦ ନିର୍ମାଣ ଯୋଜନାର ତୃତୀୟ ପର୍ୟ୍ୟାୟକୁ ଅନୁମତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ୩.୦ ଆର୍ଥିକ ବର୍ଷ ୨୦୨୫-୨୬ରୁ ୨୦୨୯-୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ୨୭୩୮ କୋଟି ଟଙ୍କାରେ ସମ୍ପ୍ରସାରଣ କରିବାକୁ ଅନୁମୋଦନ ମିଳିଛି। ଯୋଜନା ଦ୍ଵାରା ୫୭୫୨୫ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହେବ। ୪୧୭୧୩ ହେକ୍ଟର ଚାଷ ଜମିକୁ ପୁନଃ ଜଳସେଚନ ବ୍ୟବସ୍ଥା ଯୋଗାଇ ଦିଆଯିବ। ଯୋଜନା ଦ୍ଵାରା ମୌସୁମୀ ପରବର୍ତ୍ତୀ ସମୟରେ ପାନୀୟ ଜଳ ସୁବିଧା ଯୋଗାଇବା, ଭୂତଳ ଜଳ ପୁନଃଭରଣ, ଖରିଫ ଜଳସେଚନକୁ ବୃଦ୍ଧି କରାଯାଇପାରିବ। ରାଜ୍ୟରେ ଥିବା ଛୋଟ ଛୋଟ ନାଳରେ ୩୩୧୩ଟି ନୂତନ ଆଡିବନ୍ଧ ନିର୍ମାଣ କରି ଅସ୍ଥାୟୀ ବନ୍ଧ ଦ୍ବାରା ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନ, ଅଚଳ ଅବସ୍ଥାରେ ଥିବା ୩୫୨୯ ଆଡିବନ୍ଧ ଗୁଡିକର ପୁନଃରୁଦ୍ଧାର କରି ନୀରବଛିନ୍ନ ଜଳସେଚନ ବ୍ୟବସ୍ଥା କରିବାକୁ ସରକାର ଯୋଜନା କରିଛନ୍ତି।
ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ନାମକ ନୂତନ ଦଣ୍ଡ ସମ୍ବନ୍ଧୀୟ ଆଇନଗୁଡ଼ିକର ଘୋଷଣା ପରେ ଓଡ଼ିଶା ଜିଲ୍ଲା ଏବଂ ସିଭିଲ କୋର୍ଟର ନ୍ୟାୟିକ କର୍ମଚାରୀ ସେବା ନିୟମାବଳୀ ୨୦୦୮ର ସଂଶୋଧନ ହୋଇଛି। ଏହା ଦ୍ୱାରା ନ୍ୟାୟିକ କର୍ମଚାରୀଙ୍କର ନୂତନ ଆଇନ ସମ୍ବନ୍ଧୀୟ ଜ୍ଞାନ ଓ କାର୍ୟ୍ୟ କୁଶଳତା ବଢ଼ାଇବ। ଏହି ପଦକ୍ଷେପ ଦ୍ବାରା ଦୈନିକ ଅଦାଲତ କାର୍ୟ୍ୟ ନିର୍ବିଘ୍ନ ଭାବେ ଚାଲିପାରିବ। ଲୋକମାନେ ତ୍ବରିତ ନ୍ୟାୟ ପାଇପାରିବେ। ସେହିପରି ଓଡ଼ିଶା ରାଜ୍ୟ ପ୍ରୋସିକ୍ୟୁସନ ସେବା କ୍ୟାଡରରେ ସରକାରୀ ଅଧିବକ୍ତାଙ୍କର ସଂଖ୍ୟା ଅପର୍ୟ୍ୟାପ୍ତ ଥ‌ିବା ପରିପ୍ରେକ୍ଷୀରେ ମାମଲା ଗୁଡିକର ଜଟିଳତା କମାଇ ଦ୍ରୁତ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ “ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀ ୧୯୭୧ର ସଂଶୋଧନ ଅନୁମୋଦନ ହୋଇଛି। ଫଳରେ ରାଜ୍ୟରେ ଜମା ଥିବା ମାମଲା ଗୁଡିକର ଭାର କମିବା ସହ ଦ୍ରୁତ ଓ ନିରନ୍ତର ନ୍ୟାୟ ପ୍ରଦାନ ସୁନିଶ୍ଚିତ ହେବ।

ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ରେ ସଂଶୋଧନ ହୋଇଛି। ଏହା ଶିଳ୍ପ ପ୍ରୋତ୍ସାହନ ନୀତି ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଥିବା ପ୍ରକ୍ରିୟାକୁ ସରଳ କରିବ । ଯାହା ଫଳରେ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶର ଗତି ବୃଦ୍ଧି ପାଇବ। ଅଧିକ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ ୨୦୧୭ରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥାକୁ ସରଳ କରିବା ସହ କରଦାତା ଓ କର ପ୍ରଶାସକଙ୍କୁ ସୁବିଧା ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ