ରାଜ୍ୟ ବିଜେପି ନେତୃତ୍ୱଙ୍କ ଝାଡ଼ଖଣ୍ଡରେ ପ୍ରଚାର ପ୍ରଭାବଶୂନ୍ୟ : ବିଜେଡି

ଭୁବନେଶ୍ୱର: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମର ବିଜୟ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଆଞ୍ଚଳିକ ଦଳ ଗୁଡିକ ଉପରେ ଲୋକଙ୍କ ଭରସା ଅକ୍ଷୂର୍ଣ୍ଣ ରହିଛି ବୋଲି ବିଜୁ ଜନତା ଦଳ ତରଫରୁ ଏକ ବିବୃତିରେ କୁହାଯାଇଛି। ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ, ବିଶେଷକରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଓଡିଶା ପରି ରାଜ୍ୟରେ ଆଞ୍ଚଳିକ ଦଳ ଗୁଡିକ ସେମାନଙ୍କ ଉପସ୍ଥିତି ଜାହିର କରି ଆସୁଛନ୍ତି।

ଝାଡ଼ଖଣ୍ଡବାସୀ ଆଞ୍ଚଳିକ ଦଳ ଉପରେ ଭରସା ଜାରି ରଖିଛନ୍ତି ଓ ଜେଏମଏମ ନେତୃତ୍ୱରେ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ପ୍ରାଣମୁର୍ଚ୍ଛା ଉଦ୍ୟମ ବିଫଳ ହୋଇଯାଇଛି ବୋଲି ବିଜେଡିର ମୁଖପାତ୍ର ଓ ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏକ ବିବୃତିରେ କହିଛନ୍ତି। ରାଜ୍ୟବାସୀଙ୍କ ଆଶା ଆଙ୍କାକ୍ଷାକୁ ପୂରଣ କରିବା କ୍ଷେତ୍ରରେ ରାଜ୍ୟବାସୀ ଆଞ୍ଚଳିକ ଦଳ ଉପରେ ଅଧିକ ଭରସା କରୁଛନ୍ତି। ଓଡ଼ିଶାର ବିଜେପି ନେତାମାନେ ମଧ୍ୟ ଝାଡ଼ଖଣ୍ଡ ନିର୍ବାଚନର ପ୍ରଚାର କାର୍ୟ୍ୟରେ ଯେଉଁ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ, ସେଥିରେ ଭଟ୍ଟା ପଡିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼ଝଣ୍ଡରେ ପ୍ରଚାର କରିଥିବା ବେଳେ ତାଙ୍କ ପ୍ରଚାରର କିଛି ପ୍ରଭାବ ପଡିନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବା ବେଳେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଝାଡ଼ଖଣ୍ଡରେ ଥିଲେ। ବିଜେପିର ସମସ୍ତ ଉଦ୍ୟମ ସତ୍ତେ୍ୱ ଝାଡ଼ଖଣ୍ଡବାସୀ ଆଞ୍ଚଳିକ ଦଳର ସରକାର ଉପରେ ପୁନଃ ଆସ୍ଥା ପ୍ରକଟ କରିଛନ୍ତି।

  • Related Posts

    କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି

    ଭୁବନେଶ୍ୱର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଜି ରାଜ୍ୟ…

    Continue reading
    ପୁରୀରେ କୁଖ୍ୟାତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

    ପୁରୀ : ସମ୍ବଲପୁର ଓ ବ୍ରହ୍ମପୁର ପରେ ଆକ୍ସନ ମୋଡରେ ପୁରୀ ପୁଲିସ। ପୁରୀର ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର ହୋଇଛି। ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ