ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୃଥକ୍ ଭାବେ ଭେଟିବା ପରେ ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବା ଚର୍ଚ୍ଚା ଜୋର୍ ଧରିଛି। ମୋଦୀ ଏବଂ ଶାହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଛକୁ ପଛ ଭେଟିବା ପରେ ସୋସିଆଲ ଏ ନେଇ ଚର୍ଚ୍ଚା ଜୋର୍ ଧରିଛି। ମିଳିଥିବା ସୂଚନାନୁଯାୟୀ ଅଗଷ୍ଟ ୫ ତାରିଖ, ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ୬ ବର୍ଷ ପୂରିବାକୁ ଯାଉଥିବାବେେଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍ଡିଏ ସାଂସଦମାନଙ୍କର ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରକୁ ୨ ଭାଗରେ ବିଭକ୍ତ କରି ଜମ୍ମୁ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ଫେରାଇବା ପାଇଁ ଦୀର୍ଘ ଦିନରୁ ଦାବି ହେଉଥିବାରୁ ସରକାର ଏଦିଗରେ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସର ପ୍ରଥମ ୨ ଦିନରେ ଗୃହମନ୍ତ୍ରୀ ଶାହ ଜମ୍ମୁ କାଶ୍ମୀର ବିଜେପି ମୁଖ୍ୟ ସତ୍ ପଲ୍ ଶର୍ମା ଏବଂ ଲଦାଖ ଉପରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କ ସହ ପୃଥକ୍ ବୈଠକ କରିଛନ୍ତି। ସୋମବାର ଅଲ୍ ଜେଜେ ସିଆ ଏସୋସିଏସନ୍ ସଭାପତି ଇମ୍ରାନ ରାଜା ଅନସାରୀ ମଧ୍ୟ ଶାହଙ୍କୁ ଭେଟିଛନ୍ତି ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ଦେବାପାଇଁ ଏକ ବିଧେୟକ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଧାରା ୩୭୦ ଉଚ୍ଛେଦ ହେବାପରଠାରୁ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାପାଇଁ ଦାବି ହୋଇଆସୁଛି। ୨୦୨୩ ଡିସେମ୍ବରରେ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ ତୁରନ୍ତ ଜମ୍ମୁ କାଶ୍ମୀରର ରାଜ୍ୟ ମାନ୍ୟତା ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ
ଭୁବନେଶ୍ୱର:ରାଜ୍ୟର କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତା’ର ଟିକିନିଖି ହିସାବ ରାଜ୍ୟ ସରକାର ଲୋଡ଼ିଛନ୍ତି। ଏନେଇ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ନିକଟରେ ସଚିବସ୍ତରୀୟ ବୈଠକରେ…