ରାଜ୍ୟ ସରକାର କେବଳ ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର:ଲେଖାଶ୍ରୀ

ଭୁବନେଶ୍ୱର : ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ  ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି। ବିଜେଡି ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଫୋକସ, ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନୁହେଁ ବରଂ କେବଳ ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର ଥିବା ପରି ମନେ ହେଉଥିଲା। ଅତିକମ୍‌ରେ ଚାରି ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ରାଜ୍ୟ ସରକାର ଶୂନ୍ୟ ମୃତ୍ୟୁ ଦାବି କରିବା ହାସ୍ୟାସ୍ପଦ। ରାଜନଗରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଛି।
ସେହିପରି,  ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକ ମାନଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଯୋଗାଇବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି, ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି।
ବାତ୍ୟା ଦାନାର ସୂଚନା ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମିଳିଥିଲା ଏବଂ ସରକାରଙ୍କ ପାଖରେ ମୁକାବିଲାର ପ୍ରସ୍ତୁତି ପାଇଁ ପର୍ୟ୍ୟାପ୍ତ ସୂଚନା ଥିଲେ ମଧ୍ୟ ସରକାର ପ୍ରସ୍ତୁତି କରିବାରେ ବିଫଳ ହୋଇଥିଲେ। ବାତ୍ୟାରେ ପବନର ଗତି ୧୦୦ରୁ ୧୨୦ କିମି ହେବ ବୋଲି ସୂଚନା ଦିଆଯାଉଥିଲା, କିନ୍ତୁ ବାତ୍ୟା ସମୟରେ ୬୦ରୁ ୮୦ କିଲୋମିଟର ଥିଲା, ଯାହା ବିଶେଷଜ୍ଞଙ୍କ ମତରେ ବହୁତ ଅଧିକ ଓ ଚିନ୍ତାଜନକ ନୁହେଁ। ଏସବୁ ସତ୍ତେ୍ୱ ସରକାର ନିଜ ପିଠି ଥାପୁଡେ଼ଇବାରେ ବ୍ୟସ୍ତ ଅଛନ୍ତି। ଲୋକଙ୍କ ଠାରୁ ନୁହେଁ, ଏ ସରକାର ପ୍ରଧାନମନ୍ତ୍ରୀଙ୍କ ଠାରୁ ସାର୍ଟିଫିକେଟ ପାଇଁ ବ୍ୟଗ୍ର ଅଛନ୍ତି ବୋଲି ଡଃ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ବିଜୁ ଜନତା ଦଳ ଦାବି କରୁଛି ଯେ, ବାତ୍ୟା ଦାନା ଉପରେ ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ, ଯେଉଁଥିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ଓ କେତେ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ଏବଂ କେଉଁ ଆଶ୍ରୟସ୍ଥଳରେ କେତେ ଲୋକଙ୍କୁ ରଖାଯାଇଥିଲା ଇତ୍ୟାଦିର ତଥ୍ୟ ପ୍ରଦାନ କରନ୍ତୁ ବୋଲି ଡଃ ସାମନ୍ତସିଂହାର କହିଥିଲେ।

  • Related Posts

    ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା

    ଭୁବନେଶ୍ବର:ରାଜ୍ୟ ସରକାର ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ତାଲିକାରେ ଚାରିଜଣ ରାଜ୍ୟମନ୍ତ୍ରୀ- ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ପୃଥ୍ବିୀରାଜ ହରିଚନ୍ଦନ ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସାମିଲ କରାଯାଇଛି। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅନୁଗୁଳଜିଲ୍ଲା ନିମେନ୍ତ…

    Continue reading
    ‘ବିକଶିତ ଓଡ଼ିଶା’ ଗଠନ ପାଇଁ ୧୦ଟି ସଂକଳ୍ପର ଆହ୍ୱାନ

    ଭୁବନେଶ୍ୱର :କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ୨୦୨୬ରୁ ୨୦୩୬ – ଆଗାମୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ