ରାଜ୍ୟରେ ଖୋଲିବ ୫ ନୂଆ ମହିଳା ଏନସିସି ବାଟାଲିଅନ

ଭୁବନେଶ୍ବର: ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଯାଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ରାଜ୍ୟରେ ୫ଟି ନୂଆ ମହିଳା ଏନ. ସି. ସି. ବାଟାଲିୟନ ଖୋଲିବାକୁ ଯାଉଛି । ଏହା ସହିତ ସ୍କୁଲ ଶିକ୍ଷାରେ ସାମିଲ ହେବ ‘ମିଶନ ଲାଇଫ୍’ । ଯାହାଫଳରେ ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ ।
୫ ନୂଆ ମହିଳା ଏନସିସି ବାଟାଲିଅନ୍ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ମାନବସମ୍ବଳ ଏବଂ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ରହିଥ‌ିବା ସମୟସୀମା ସମ୍ବନ୍ଧରେ ତ‌ଥ୍ୟ ପ୍ରଦାନ କରିବା ପାଇଁ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ ।
ରାଜ୍ୟରେ ବର୍ତ୍ତମାନ ଏନସିସି କ୍ୟାଡେଟ ସଂଖ୍ୟା ୬୩ ହଜାର ରହିଥିବା ବେଳେ ଏହାକୁ ୯୦ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ନୂଆ ମହିଳା ଏନସିସି ବାଟାଲିଅନ୍‌ ସ୍ଥାପନ ମାଧ୍ୟମରେ ଏନସିସିରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବ । ଏଥିସହ ସ‌ହିତ କ୍ୟାଡେଟ୍‌ମାନଙ୍କର ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଉପରେ ଧ୍ୟାନ ଦିଆଯିବ । ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ନେତୃତ୍ବର ବିକାଶ ଏବଂ ଯୁବବର୍ଗଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରାଯିବ ।

  • Garvita Odia

    Related Posts

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ ପୂର୍ବ କଟକଣା ପ୍ରତ୍ୟାହାର କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଘଣ୍ଟାଏରେ ବଦଳିଗଲା ନୋଟିସ। ସାଢ଼େ ୫ଟା ପରେ ବି କ୍ୟାମ୍ପସରେ ରହିପାରିବେ ଛାତ୍ରୀ ଓ ମହିଳା କର୍ମଚାରୀ। ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ…

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

    ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ…

    Leave a Reply

    Your email address will not be published. Required fields are marked *

    You Missed

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ  ଚିଠି

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌