ରାଜ୍ୟରେ ଶିଳ୍ପ ସ୍ଥାପନ କରିବେ ୨୫ କମ୍ପାନୀ, ବିନିଯୋଗ କରିବେ ୪୨୨୨.୨୪ କୋଟି

ଭୁବନେଶ୍ୱର:ରାଜ୍ୟରେ ଶିଳ୍ପ ସ୍ଥାପନ କରିବେ ୨୫ କମ୍ପାନୀ। ଏହି କମ୍ପାନିଗୁଡିକ ମିଳିତ ଭାବେ ଓଡ଼ିଶାରେ ୪୨୨୨.୨୪ କୋଟି ଟଙ୍କା ବିନିଯୋଗ କରିବେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ୧୩୩ତମ ରାଜ୍ୟସ୍ତରୀୟ ସିଙ୍ଗଲ୍‌ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ଏହି ପ୍ରସ୍ତାବ ଗୁଡିକୁ ମଞ୍ଜୁରୀ ପ୍ରଦାନ କରିଛି । ଏହା ଦ୍ୱାରା ୧୪,୪୯୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟର ଅଭିବୃଦ୍ଧିରେ ଏହା ବଡ଼ ଯୋଗଦାନ ଦେବ ।

ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁରରେ ଉତ୍କର୍ଷ ଓଡ଼ିଶା ରୋଡ୍‌ ସୋ’କୁ ମିଳିଛି ସଫଳତା । ରାଜ୍ୟର ୧୬ଟି କ୍ଷେତ୍ରରେ ଏହି କମ୍ପାନିଗୁଡିକ ନିବେଶ କରିବେ । ଉତ୍କର୍ଷ ଓଡ଼ିଶା ନିବେଶକ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ କମ୍ପାନିଗୁଡିକ ଓଡ଼ିଶାରେ ନିବେଶ ନେଇ ଅଗ୍ରସର ହୋଇଛନ୍ତି । ଏହା ରାଜ୍ୟର ଶିଳ୍ପ ବିକାଶ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି ।

ଅକ୍ଷୟ ଶକ୍ତି ଯନ୍ତ୍ରାଂଶ, ଫାର୍ମା, ବୟନ, ପୋଷାକ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ ଆନୁଷଙ୍ଗିକ, ଧାତବ ଆନୁଷ ଙ୍ଗିକ, ପ୍ୟାକେଜିଂ, ରବର, ଜୈବ ଇନ୍ଧନ, ସାର, କେମିକାଲ, ଖଣିଜ, ଷ୍ଟିଲ୍‌ ବେନିଫିକେସନ, ରେୟାର ଆର୍ଥ, ଭିତ୍ତିଭୂମି, କୃଷି ପ୍ରକ୍ରିୟାକରଣ ଏବଂ ପର୍ୟ୍ୟଟନ ଭଳି କ୍ଷେତ୍ରରେ ରାଜ୍ୟର ୧୧ ଜିଲାରେ ଏହି ଶିଳ୍ପଗୁଡିକ ଆସିବେ ।

ଶୋଭା ସୋଲାର ଲିମିଟେଡ ନାମକ କମ୍ପାନି ଅନୁଗୁଳରେ ୩୮୦ କୋଟି ଟଙ୍କା ବିନିଯୋଗରେ ୧ ଗିଗାୱାଟର ସୋଲାର ସେଲ୍‌ ମାନୁଫାକଚରିଂ ୟୁନିଟ ବସାଇବ । ଗଞ୍ଜାମରେ ହେଟ୍ରୋଲ୍ୟାବସ ଲିମିଟେଡ ୭୦୦ କୋଟି ଟଙ୍କା ବିନିଯୋଗରେ ଏକ ଫାର୍ମା ୟୁନିଟ ବସାଇବ । ବୟନ ଏବଂ ପୋଷାକ ବର୍ଗରେ ଖୋର୍ଦ୍ଧାରେ ୧୩୯ କୋଟି ଟଙ୍କା ବିନିଯୋଗରେ ଆଦିଷ୍ଠମ ଭେଞ୍ଚର ଏକ ୟୁନିଟ ଆଣିବ ।

ସେହିଭଳି ଅନୁଭବ ଆପାରେଲ ୫୨ କୋଟି ଟଙ୍କା ନିବେଶ ସହ ଖୋର୍ଦ୍ଧାରେ ରେଡିମେଡ୍‌ ଗାର୍ମେଣ୍ଟ ଉତ୍ପାଦନ ଲକ୍ଷ୍ୟ ରଖିଛି । ଗଣେଷ ଇକୋପେଟ ପ୍ରାଇଭେଟ ଲିମିଟେଡ ୫୨୦ କୋଟି ଟଙ୍କା ନିବେଶ ସହ ଗଞ୍ଜାମରେ ଆର୍‌ପିଇଟି ଗ୍ରାନ୍ୟୁଲ୍ସ ୟୁନିଟ୍‌ ବସାଇବା ଲକ୍ଷ୍ୟ ରଖିଛି । ନବରଙ୍ଗପୁରରେ ରେୟାରଆନ ଫ୍ଲୁଇଡ ୧୬୭ କୋଟିରେ ପିଭିସି, ସିପିଭିସି, ଓପିଭିସି ୟୁନିଟ କରିବ ।

ଗଞ୍ଜାମରେ ୧୧୫ କୋଟି ନିବେଶ ସହ ଟେକ୍ନୋପ୍ଲାଷ୍ଟ ପିଇଟି ପ୍ରିଫର୍ମ ଏବଂ ଏଚ୍‌ଡିପିଇ କ୍ଲୋଜର ୟୁନିଟ୍‌ ବସାଇବା ଲକ୍ଷ୍ୟ ରଖିଛି । କଟକରେ ସୁପ୍ରିମ ଇଣ୍ଡଷ୍ଟ୍ରିଜ ରୋଟୋ ମଡ୍ୟୁଲ ୱାଟର ଟାଙ୍କି ୟୁନିଟ କରିବ । ଗଞ୍ଜାମରେ ସ୍ୱାଜୀ ନ୍ୟୁଟ୍ରିସନାଲ ୪୩୩ କୋଟିରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ବସାଇବ । ସେହିଭଳି ବିସ୍‌ଲେରି ୧୬୫ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ସମନ୍ୱିତ ବେଭରେଜ ୟୁନିଟ୍‌ କରିବ ।

ଝାରସୁଗୁଡାରେ ଲୁମିନୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ୨୫୦ କୋଟିରେ ଆଲୁମିନିୟମ କଣ୍ଡକ୍ଟର , କେବଲ ୟୁନିଟ ଏବଂ କେଏସ୍‌ଇ ଇଲେକ୍ଟ୍ରିକାଲର ଇଲେକ୍ଟ୍ରିକାଲ ଟ୍ରାନ୍ସମିଶନ ୟୁନିଟ ଆସିବ । ୫୩୦ କୋଟି ବିନିଯୋଗରେ ଖୋର୍ଦ୍ଧାରେ ସାଲିମାର ଗ୍ଲାସ ୱାର୍କସ ପ୍ୟାକେଜିଂ କଣ୍ଟେନର ଗ୍ଲାସ ମାନୁଫାକ୍‌ଚରିଂ, ସେଞ୍ଚୁରୀ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ଟ ୧୧୦ କୋଟିରେ ରବର କନଭେୟର ଟ୍ରାନ୍ସମିଶନ ବେଲ୍ଟ ଏବଂ ବରଗଡରେ ୧୨୧ କୋଟିରେ ରିଲାଏନ୍ସର କମ୍ପ୍ରେସଡ ବାୟୋଗ୍ୟାସ ୟୁନିଟ ଆସୁଛି ।

ସେହିଭଳି ଝାରସୁଗୁଡାରେ ଉତ୍କଳ ହାଇଡ୍ରୋକାର୍ବନ ଲିମିଟେଡ, ସୁନ୍ଦରଗଡରେ ୧୧୨ କୋଟିରେ ଲାବନ୍ୟବତି ମିନେରାଲ୍ସର ଷ୍ଟିଲ ବେନିଫିକେସନ, ଝାରସୁଗୁଡାରେ ମା ଦୁର୍ଗା କୋଲ୍‌ ମିନେରାଲର ୧୧୪ କୋଟିରେ ଘରୋଇ ଫ୍ରେଟ ଟର୍ମିନାଲ, ଶ୍ୟାମ ମେଟାଲିକ୍ସର ୭୧୦ କୋଟିରେ ସମ୍ବଲପୁରରେ ଟିଟାନିୟମ ସ୍ଲାଗ, ଅନୁଗୁଳରେ ଓଏସ୍‌ଏଲ୍‌ର ପିଏଫ୍‌ଟି, ୧୪୯ କୋଟିରେ ତରଙ୍ଗିଣୀ ଡିଷ୍ଟେଲେରୀର ଇଥାନଲ ୟୁନିଟ ଆସିବାକୁ ଯାଉଛି ।

ସେହିଭଳି ପର୍ୟ୍ୟଟନ କ୍ଷେତ୍ରରେ ଖୋର୍ଦ୍ଧାରେ ବିରେନ୍ଦ୍ର ହୋଟେଲ ଆଣ୍ଡ୍‌ ବାଙ୍କୁଏଟ, ପୁରୀରେ ଜଗନ୍ନାଥ କର୍ପୋରେସନର ୫ ଷ୍ଟାର ହୋଟେଲ ଏବଂ ରିସର୍ଟ, ଖୋର୍ଦ୍ଧାରେ ତଭସ୍ୟା ହସ୍ପିଟାଲିଟିର ୩ ଷ୍ଟାର ହୋଟେଲ ଏବଂ କନ୍ଧମାଳରେ କିଟ୍‌ ହସ୍ପିଟାଲିଟିର ହୋଟେଲ ଆଣ୍ଡ୍‌ ରିସର୍ଟ ସୁବିଧା ସ୍ଥାପନ ହେବ ବୋଲି ଜଣାପଡିଛି ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ